ନଈ
ନଈ
ଟିକି ନଈ ଯାଏ ବହି ସାଗରେ ମିଶିବା ପାଇଁ ,
ଝରି ଝରି ବହିଯାଏ କୂଳକିନାରାକୁ ଛୁଇଁ |୧|
କାଚକେନ୍ଦୁ ଜଳଧାରେ ସୂରୁଯ ମୁଖ ପଖାଳେ ,
ପଲ୍ଲୀର କୁଳନନ୍ଦିନୀ ସଖୀଙ୍କ ମେଳେ |୨|
ଉପଳ ଖଣ୍ଡ ସଂଘାତେ ଜଳଧାର ମଥା ପାତେ,
ତଥାପି ନଯାଏ ରହି ଝରିଯିବା ଧାର ପଥେ |୩|
ପର ସେବା ପାଇଁ ନଈ ଜୀବନକୁ ଢାଳି ଦେଇ,
ଯେତେ ଆସୁ ମଳି ଧୂଳି ସବୁ ନେଇଯାଏ ଧୋଇ |୪|
କୂଳବାସୀଙ୍କର ସ୍ନାନ ମେଲି ଦିଏ ଘାଟମାନ ,
କୂଳେ ଧରି ନାନା ଜୀବ ବୋଲୁଥାଏ ଗୀତଗାନ |୫|
ଜନନୀ ସେନେହ ଦେଇ ଅମୃତ ଜଳ ପିଆଇ ,
ତୃଷା କରେ ନିବାରଣ ଧନ୍ୟ ଜୀବନ ବୋଲାଇ |୬|
ଧୀବର ନାବ ଚଳାଏ ପଥିକ ପାରି କରାଏ,
ଜଳେ ନାବ ଚାଲି ଚାଲି ନଈଧାରେ ଧାଉଁଥାଏ |୭|
ବକ୍ଷେ ଧରି ନାନା ଜୀବ ମତ୍ସ୍ୟ କଇଁଛ ମଗର,
ରସରଙ୍ଗେ ମାତୁଥାଏ ଜଳର ଧାର |୮|
ମାତା ଗଂଗାଙ୍କ ଆଶିଷ ନିର୍ମଳ ଜଳ ପ୍ରବେଶ,
ପ୍ରାଣୀଙ୍କର ହିତ ଅର୍ଥେ ଯୋଡ଼େ ସାହସ |୯|
ସ୍ନେହମୟୀ ମାତା ନଈ ତୋର ପଦ ସେବା ପାଇଁ ,
ଧନ୍ୟ ବୋଲାଇବି ପ୍ରଭୁ ଆହେ ଜଗତର ସାଇଁ |୧୦|
