STORYMIRROR

Pramila Mohanty

Others

4  

Pramila Mohanty

Others

ନଈ ବାଲି

ନଈ ବାଲି

1 min
154


ଶୀଳାରୁ ବାଲିଗରଡା ହୋଇ

କଳ କଳ ନାଦ

ଜଳ ସ୍ରୋତରେ ନେଲୁ ତୁ

ନଈ ବାଲିର ରୂପ

କୂଳରେ ହୋଇଲୁ 

ଅବସ୍ଥାପିତ ।

ଜଳ ସହ ଝୁଲିଲୁ ଦୋଳିର ଝୁଲ              

ଯେପରୀ ରଜ ଦୋଳି

ଝୁଲନ୍ତି କୁମାରୀ ଗଣ,

ତପନ କିରଣେ

ଝଲସି ଉଠୁ ଯେପରି

କଷଟି ପଥର ଉପରେ

ସୁବର୍ଣ୍ଣର ଝଟକ

ବାଟୋଇ ଦେଖି ତୋତେ

ହୁଅନ୍ତି ଖୁସି ଯେପରି

କାନ୍ଥରେ ତୁ ଯିବୁ

ପ୍ରାଚୁର୍ଯ୍ଯ ପୋଲସ୍ତରା ପାଲଟି,

ତୁ ମୁଲିଆ ପାଇଁ ଯୋଗାଉ ଦାନା ପାଣି

ତୋତେ ବିକ୍ରି କରି ନିଅନ୍ତି

ନିଜ ନିଜ ସଂସାର ଚଳାଇ

ଲେଖୁ ତୁ କେତେ ଅକୁହା

କାହାଣୀ ସିମେଣ୍ଟ ସହ

ହୋଇ ଢ଼ଳାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍