ନଈ ବାଲି
ନଈ ବାଲି
1 min
146
ଶୀଳାରୁ ବାଲିଗରଡା ହୋଇ
କଳ କଳ ନାଦ
ଜଳ ସ୍ରୋତରେ ନେଲୁ ତୁ
ନଈ ବାଲିର ରୂପ
କୂଳରେ ହୋଇଲୁ
ଅବସ୍ଥାପିତ ।
ଜଳ ସହ ଝୁଲିଲୁ ଦୋଳିର ଝୁଲ
ଯେପରୀ ରଜ ଦୋଳି
ଝୁଲନ୍ତି କୁମାରୀ ଗଣ,
ତପନ କିରଣେ
ଝଲସି ଉଠୁ ଯେପରି
କଷଟି ପଥର ଉପରେ
ସୁବର୍ଣ୍ଣର ଝଟକ
ବାଟୋଇ ଦେଖି ତୋତେ
ହୁଅନ୍ତି ଖୁସି ଯେପରି
କାନ୍ଥରେ ତୁ ଯିବୁ
ପ୍ରାଚୁର୍ଯ୍ଯ ପୋଲସ୍ତରା ପାଲଟି,
ତୁ ମୁଲିଆ ପାଇଁ ଯୋଗାଉ ଦାନା ପାଣି
ତୋତେ ବିକ୍ରି କରି ନିଅନ୍ତି
ନିଜ ନିଜ ସଂସାର ଚଳାଇ
ଲେଖୁ ତୁ କେତେ ଅକୁହା
କାହାଣୀ ସିମେଣ୍ଟ ସହ
ହୋଇ ଢ଼ଳାଇ ।
