STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ନଈ ଆରପଟେ

ନଈ ଆରପଟେ

1 min
171


ନଈ ଆରପଟେ ରହେ ମକର,

ଭେଟ ହୁଏ ଆମ ନଈ ପଠାର।


ଭଗି ଧରି ଆସେ ତାଙ୍କ ଗାଁ କ୍ଷୀର,

ମାଧ ମୁଢ଼ି ନିଏ ଆମ ଗାଆଁ ର।


ଆମ ଗାଁ କୁ ଆସେ ତାଙ୍କ ବେଭାର,

ତାଙ୍କ ଗାଁ ବୋହୁ ଆମ ପଡ଼ାର।


ଆମର ଦୋଳକୁ ତାଙ୍କ ମକର,

ମେଲଣ, ମେଳାକୁ ବସେ ବଜାର।


ଆମ ସରପଞ୍ଚ ତାଙ୍କ ଓ୍ଵାର୍ଡ ର,

ନିଶାପ ଜାଗା ତ ଆମ ମନ୍ଦିର।


ଆମ ବିଦ୍ୟାଳୟେ ତାଙ୍କ ମାଷ୍ଟର,

ତାଙ୍କ ଚିକିତ୍ସାଳୟେ ଆମ ଡାକ୍ତର।


ଏପଟ ସେପଟ ଖାଲି ନଦୀର ଦୂର,

ତାଙ୍କ ଆମ ସମ୍ପର୍କ ଯୁଗଯୁଗର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍