STORYMIRROR

Sunanda Mohanty

Others

4  

Sunanda Mohanty

Others

ନିଦରେ ଯାଅନା ଶୋଇ

ନିଦରେ ଯାଅନା ଶୋଇ

1 min
350


ତମେ ଆସନ୍ତନି ଥରେ 

ମୋ ସହରରେ ଅବା ରାଇଜରେ

ଅବା ମୋ ଦେଶକୁ ଥରେ

ଅବା ତମ ପୃଥିବୀରେ 

ତୁମ ହାତେ ଶଙ୍ଖଚକ୍ର ଗଦା ପଦ୍ମ 

ସୁସଜ୍ଜିତ ଅସ୍ତ୍ର ସବୁରେ 

କୁହନାହିଁ ନା କହିଦିଅ ହଁ 

ଆସିଛ ଯେମିତି ସବୁ ଯୁଗରେ 

ମୁଁ ଅବା କିଏ ଡାକିବି ତମକୁ 

ତମ ହାତ ଗଢ଼ା ଏଇ ଘରେ 

ନିଆଁ ଲାଗିଯାଇଛିକି 

ତମ ନରମ ହୃଦୟ ଧାରେ 

କିଏ ସେହି ଦାୟୀ 

ମୀରା ରାଧା ଅବା ଲକ୍ଷ୍ମୀମାଇ 

କହିଦିଅ ଏଇ ମାଲ୍ୟାଣୀରେ 

ପାଦେ ମୋ ନୁପୁର, ହାତେ ମୋ କଙ୍କଣ 

ବାଜୁନାହିଁ ସ୍ୱର ତାଳ ଲୟରେ 

ଦେବଦାସୀ ମୁହିଁ ମାନବୀଟିଏ ପା'

ତମରି ଏହି ସୃଷ୍ଟିରେ,କହିଦେଉଛି ମୁଁ 

ତମ ନିଦ ପାଇଁ,ସଂସାର ଭାସିଲେ 

ପିନ୍ଧିବିନି ଘୁଙ୍ଗୁର, ମୁଁ ଆଉ ଥରେ 

ସ୍ୱପ୍ନେ ଆସିବା ମୋ ଦରକାର ନାହିଁ 

ଆସ ସ୍ୱଶରୀରେ ଏ ମର୍ତ୍ୟରେ 

ଦୋଷ ମତେ ଆଜି ସମେସ୍ତେ ଦିଅନ୍ତି 

ମୁଁ କାଳେ ଦାୟୀ, ତମ ନିଦ ପାଇଁ 

ଆଖି ଖୋଲି ଏଵେ ଚାହଁ ଥରେ ସଧିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍