ନିଦ୍ରାଲୋକ ର ନିଦ୍ରାଦେବୀ
ନିଦ୍ରାଲୋକ ର ନିଦ୍ରାଦେବୀ
ନିଖିଳ ନିଦ୍ରାଲୋକ ର ନିଦ୍ରାଦେବୀ !
ବହୁଶୀଘ୍ର ଆସନ୍ତୁଲୋ ନିଦ୍ରାଦେବୀ !
ବିନମ୍ର ସ୍ୱରରେ ଡାକୁଛିଲୋ ନିଦ୍ରାରଣୀ,
ତୁମେତ ହେଲ ନିଦ୍ରା ପ୍ରପଞ୍ଚର ମହାରାଣୀ !
ଚଗଲା ପିଲାଙ୍କୁ ନିଦ୍ରାଭିଭୂତ ଶୁଆଇ ଦିଅନ୍ତୁ,
ଚଞ୍ଚଳ ପିଲାଙ୍କ ଅନିଦ୍ରା ଆଖିରେ ବସିଯାଆନ୍ତୁ,
ପିଲାଙ୍କୁ ମିଠା ମିଠା ସପନ ଦେଖେଇ ଦିଅନ୍ତୁ,
ତାଙ୍କୁ ସୁରମ୍ୟ ସ୍ୱପ୍ନଲୋକର ଭ୍ରମଣ କରାନ୍ତୁ ।
ତୁମେ ସ୍ୱୟଂ ମାୟାଲୋକର ମାୟାବୀ ମହାରାଣୀ,
ନାନାବାୟା ଗୀତ ଆଳାପ କରେ ତୁମ ମଧୁରବାଣୀ,
ପରିଶ୍ରାନ୍ତ ପରିଶ୍ରମୀଙ୍କ ପାଇଁ ବିଶ୍ରାମର ରାଜରାଣୀ,
ତୁମେ ସମସ୍ତ ଜନଙ୍କ ଶୟନୀୟ ଶୟନର ରାଜରାଣୀ ।
ନିଖିଳ ନିଦ୍ରାଲୋକ ର ନିଦ୍ରାଦେବୀ !
ବହୁଶୀଘ୍ର ଆସନ୍ତୁଲୋ ନିଦ୍ରାଦେବୀ !
ବିନମ୍ର ସ୍ୱରରେ ଡାକୁଛିଲୋ ନିଦ୍ରାରଣୀ,
ତୁମେତ ହେଲ ନିଦ୍ରା ପ୍ରପଞ୍ଚର ମହାରାଣୀ !
