STORYMIRROR

Dr.Sashi Bhushan Mohapatra

Others

5.0  

Dr.Sashi Bhushan Mohapatra

Others

ନିବେଦନ

ନିବେଦନ

1 min
283


ଡଃ ଶଶୀ ଭୂଷଣ ମହାପାତ୍ର


ହେ ଈଶ୍ୱର!

ଦେହକୁ ମୁଁ କରିଛି ମନ୍ଦିର

କ୍ଷୁଦ୍ର ମୋର ଏଇ ଗୃହେ

ଖୋଜୁଛି ତୁମକୁ ନିରନ୍ତର

ଆସିବକି ତୁମେ

ହେ ବ୍ରହ୍ମାଣ୍ଡ ଅଧିଶ୍ୱର!

ଜୀବନର ଆନନ୍ଦ, ଯନ୍ତ୍ରଣା

ଯେତେ ଯାହା ଅଛି

ସେ ସବୁ ତୁମରି କରୁଣା |

କ୍ଷୁଧା ନାହିଁ, ଶୋଷ ନାହିଁ

ସୁଖ ଆଉ ଦୁଃଖରେ

କଢ଼ିରୁ ଫୁଲଟିଏ ହୋଇ

ଫୁଲରୁ ଫଳ ହୋଇ ରହିଛି

ତୁମଠି ହେବାପାଇଁ ସମର୍ପିତ |

ହେ ପ୍ରାଣେଶ୍ୱର!

ଦୀପକୁ ମୁଁ କରିଛି ପ୍ରଜ୍ବଳନ

ଆରାଧନାରେ ସତତ ଜାଗ୍ରତ

ମୋର ଦୃଷ୍ଟି ଉତ୍ତୋଳିତ

ଡୁବାଇ ଦିଅ ମୋତେ

ଦିବ୍ୟ ଜୀବନ ସାଗରେ

ମୁଁ ଜାଣିଛି ଏ ଜୀବନର

ତୁମେ ଅଟେ ଅଧିଶ୍ୱର |

ଆଶା, ଇର୍ଷା,ଘୃଣା,ପ୍ରେମ

ଯାହା କିଛି ଆସକ୍ତରେ ପ୍ରାପ୍ତ ହେଲି

ଅଧିକାର ସାବ୍ୟସ୍ତ କରୁନାହିଁ ତାକୁ,

ଛାଡିବାକୁ ସେସବୁକୁ

ଏବେ ସତତ ଚେଷ୍ଟିତ

ପୁର୍ଣ ମାତ୍ରାରେ ପ୍ରସ୍ତୁତ ମୁଁ

ଯାତ୍ରା କରିବାକୁ ଆରମ୍ଭ |

ହେ ଜୀବନେଶ୍ୱର!

ଅନ୍ଧାରର ରହସ୍ୟ ଦୁର୍ବୋଧ୍ୟ

ହେବନାହିଁ

ମୋତେ ତୁମେ ତୋଳି ନିଅ,

ଅପହଞ୍ଚ ହେବ ନାହିଁ

ତୁମରି ଆବାସ

ଠିକଣା ମୋତେ କହିଦିଅ |

ଅହଂକାର ପ୍ରାଚୀର ଭାଙ୍ଗିଛି

ମୋ ଦ୍ୱାର କରିଛି ଉନ୍ମୁକ୍ତ

ଦେହ ମୋର ପୁଲକିତ

ମନ ମୋର ରୋମାଂଚିତ

ତୁମେ ଖାଲି ଛୁଇଁ ଦିଅ

ଜୀବନ ତୁମଠି ହେଉ ବିଲୀନ

ପ୍ରେମ ଭକ୍ତିର ଏ ନିବେଦନ|

**********


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍