STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ନିବେଦନ

ନିବେଦନ

1 min
260


ତୋ'ଠୁଁ ଆସିଛି, ମୁଁ' 

ତୋ ପାଖକୁ ଯିବି, (୨ଥର)

ଲୋଭ କାହିଁ କାଳିଆରେ, 

ଲାଭ କି ପାଇବି ମୁଁ' ଲାଭ କି ପାଇବି ... (ଘୋଷା).୦.


ସଂସାର ସାଗରେ, ଖେଳ ମୁଁ ଖୋଜୁଛି,

ମାୟା ନାବେ ମିଛ, ଆହୁଲା ମାରୁଛି...(୨ଥର) 

ଘୋଟେ ଚିନ୍ତା ଝଡ଼ ମନ ମେଘେ ମୋର

ଭଙ୍ଗା କାତ ମାରୁ ମାରୁ, 

ଥକିଯିବି...ମୁଁ' ଥକିଯିବି........

ତୋ'ଠୁଁ ଆସିଛି.............. ୧.


ଘାରେ ତୋର ମୋର ପବନ ବତାସ,

ପେଟ ପାଇଁ ନାଟେ ଅଟକେ ନିଶ୍ବାସ,.. (୨ଥର)

କହରେ କାଳିଆ ନ ରଖି ତୁ ମାୟା,

ଅନ୍ଧାରର କଣ୍ଟା ପଥେ, 

କେଣିକି ଯିବି ମୁଁ' କେଣିକି ଯିବି......

ତୋ'ଠୁଁ ଆସିଛି............. ୨.


ରାଜଭୋଗ ପାଇଁ ଆଶା ତିଳେ ନାହିଁ,

ରାଜଦାଣ୍ଡେ ପରା ଭିକାରୀଟେ ମୁହିଁ....(୨ଥର).

ଯେବେ ମୋର ଥାଳି ଶୂନ୍ଯ ଦେବୁ କରି,

ଭଣେ ବିଷ୍ଣୁ ଯମ ଦ୍ବାରେ 

ଦୋଷୀ ନୋହିବି ମୁଁ' ଦୋଷୀ ନୋହିବି...

ତୋ'ଠୁଁ ଆସିଛି ମୁଁ, ତୋ ପାଖକୁ ଯିବି.....

ଲୋଭ କରି କାଳିଆ ରେ କି ଲାଭ ପାଇବି ମୁଁ.... ୩.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍