STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ନିଆରା ରଜ

ନିଆରା ରଜ

1 min
396


ରଜ ସଜ ସବୁ ରଙ୍ଗିନ ସାଜିଛି

ମଉଜ ଲାଗୁଛି ଭିନ୍ନ,

ରଜଦୋଳି ପାନଖିଲ ପୋଡ଼ପିଠା

ସାଙ୍ଗସାଥି ସବୁ ଶୂନ୍ଯ.

ଦୋଳି ବାନ୍ଧିବାକୁ ବରଡ଼ାଳ ଶୂନ୍ଯ

କଇଁଆ ଗଛତ ଛାଡ଼,

ପାନ ଦୋକାନରେ ପୁଡ଼ିଆ ର ମାଳ

ପାନ ପାଇଁ ନାହିଁ ଭିଡ଼.

ବଣ ବୁଦା ଆଉ କିଛି ନାହିଁ ଦେଖ

କେମିତି ତୋଳିବା କୋଳି,

କୃତିମ ବୃକ୍ଷର ନବରଙ୍ଗେ ଶୋଭା

ଡ଼ାଳ ନ ପାରଇ ମେଲି.

କତା ଦଉଡ଼ିର ପତା ନାହିଁ ଆଉ

ଲଇ ଓହଳତ ନାହିଁ,

ଦୋଳି ଖେଳି ବୁଲି କୋଳି ଖାଇବାକୁ

ସାଥୀ ନ ମିଳନ୍ତି କେହି.

ଏଣ୍ଡୁରି ଚକୁଳି ଚିତଉ ପିଠାକୁ

ଆଉ ଅବା କେ ପଚାରେ,

ଚାଟ୍ ଚଉମିନ୍ ଗୁପଚୁପ ଖାଇ

ଦାଣ୍ଡେ ବୁଲି ହେଣ୍ଡି ମାରେ.

ସାଇଭାଇ ମେଳେ ସାଙ୍ଗସାଥି ମିଶି

ଗୀତ ବା ଶୁଣୁଛି କିଏ,

ହାତେ ମୋବାଇଲ କାନେ ଇୟରଫୋନ୍

(ଗାଡ଼ି)ମାଡ଼ିଲେ ନ ଜଣାଯାଏ.

ବୁଡ଼ିତ ଗଲାଣି ସଂସ୍କାର ସଂସ୍କୃତି

ରୀତୀ ନୀତି ସଜ୍ଞା ଲୀନ,

ସଭ୍ୟତା ସମାଜେ ଭବ୍ୟ ଲୁପ୍ତ ଭାବ

ସଂସ୍କାରକ ଏଠି ପୂର୍ଣ୍ଣ.

ଅତୀତକୁ ହୁଡ଼ି ଆତ୍ମଗର୍ବେ ଜଡ଼ି

ବିଜ୍ଞାନର ବାହାନାରେ,

ଜ୍ଞାନ ବଡ଼ିମାର ଆହରଣ ଛଳେ

ଜାତି ନୀତି ବୁଡ଼ାଇଲେ.

ରଜ ନୁହଁ ରୋଜ ରୋମାଣ୍ଟିକ ମୋଡ଼

ରାଜି ରାଜିନାମା ଛାଡ଼ି,

ବାଜିଉଠେ ଡ଼ି:ଜେ ପାର୍କ ସଜବାଜେ

ଚଢ଼ନ୍ତି ମୋଟର ଗାଡ଼ି.

ଯେ" ଯାହା ବାଟରେ ନିଜ ଖୁସିଭରେ

ନାହିଁ ରଜ ମଉଜଟା

ରଜ ରେ ଧରଣୀ ମନ ଦୁଃଖ ଜାଣି

ହସି ଉଠେ ପ୍ରକୃତିଟା.

ବିକୃତ ମାନବେ ବିଦୃପ ପ୍ରହାର

ପଞ୍ଚଭୂତ ଅଣାୟତ୍ତେ,

ପ୍ରକୃତି ନୈରାଶ୍ୟେ ଷଢ଼ଋତୁ କ୍ଷୀଣ

ବାୟୁ ପ୍ରଦୂଷଣ କ୍ଷେତ୍ରେ.

ଫେରାଇ ଆଣରେ ପୁରୁବ ସଂସ୍କୃତି

ସଂସ୍କାରର ଆଭିଜାତ୍ୟ

ଖୁସିରେ ପ୍ରକୃତି ଉଠିଲେ ରେ ନାଚି 

(ହେବେ) ପଞ୍ଚଭୂତେ ଆନନ୍ଦିତ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍