STORYMIRROR

pranati Mahapatra

Others

3  

pranati Mahapatra

Others

ନବରଙ୍ଗପୁର ଜିଲ୍ଲା ପରିକ୍ରମା

ନବରଙ୍ଗପୁର ଜିଲ୍ଲା ପରିକ୍ରମା

1 min
91

ଅବିଭକ୍ତ କୋରାପୁଟର ବିଶାଳ

ସବଡିଭିଜନ ଥିଲା,

୧୯୯୨ଅକ୍ଟୋବର୨ ରେ ହେଲା

ନବରଙ୍ଗପୁର ଜିଲ୍ଲା।(୧)

ଓଡ଼ିଶାର ଦକ୍ଷିଣ ପଶ୍ଚିମରେ

ନବରଙ୍ଗପୁର ଅବସ୍ଥିତ,

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା

ପୁଣି ପରିବେଶ ଶାନ୍ତ।(୨)

ଜିଲ୍ଲାର ଅଧିକାଂଶ ଲୋକ

ଅଟନ୍ତି ଆଦିବାସୀ,

ସରଳ ନୀରିହ ନିଷ୍କପଟ

ଅତ୍ୟନ୍ତ ବିଶ୍ଵାସୀ।(୩)

ନବରଙ୍ଗପୁର ଜିଲ୍ଲାର

 ପର୍ଯ୍ୟଟନ କ୍ଷେତ୍ର

ପୋଡାଗଡ଼ ଉମରକୋଟ

ଚନ୍ଦନଧାରା ଜଳପ୍ରପାତ।(୪)

ହିଲ୍ଲୀ ପର୍ବତ ଅଛି

କେଲିଆ ଶୈବପୀଠ,

ନୀଳକଣ୍ଠେଶ୍ଵର ମନ୍ଦିର

ପେଣ୍ଡାଣୀ କ୍ଷେତ୍ର।(୫)

ବର୍ଷକୁ୨ ଲକ୍ଷ୭୧ ହଜାର ପର୍ଯ୍ୟଟକ

ଧାଇଁ ଆସନ୍ତି ସୌନ୍ଦର୍ଯ୍ୟ ରେ ଆକର୍ଷିତ

 ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଜିଲ୍ଲା

ଓଡ଼ିଶାର ପ୍ରଶାସନିକ ଅଟଇ ଏ ଜିଲ୍ଲା।(୬)

ମାଧବ ପ୍ରଧାନ ବିପ୍ଳବୀ ବୀର

ସଂଗ୍ରାମେ ସହୀଦ ହେଲେ,

କବି କାଳିଦାସ ବୀଣାପାଣି ବର

ପାଇ ମହାକାବ୍ୟ ଲେଖିଥିଲେ।(୭)

ଚନ୍ଦନ ବୃକ୍ଷ ମୂଳରୁ ଉତ୍ପତ୍ତି

ଯେ ଚନ୍ଦନଧାରା,

ଅଧିଷ୍ଠାତ୍ରୀ ଦେବୀ ଭଣ୍ଡାରଘରଣୀ

ଦିଅନ୍ତି ଆଶିଷ ପରା।(୮)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍