STORYMIRROR

Santosh Pattnayak

Others

3  

Santosh Pattnayak

Others

ନବରାତ୍ରିର ନଅଟି ସ୍ବରୂପ

ନବରାତ୍ରିର ନଅଟି ସ୍ବରୂପ

1 min
13.7K


ଶରତେ ଶାରଦ ଅତି ଆମୋଦିତ

ସ୍ବର୍ଗସମ ମର୍ତ୍ତ୍ୟପୁରୀ,

କାଶତଣ୍ଡି କରେ ସ୍ବାଗତ ଗୁଞ୍ଜନ

ମାତା ଆବାହନୀ କରି....


ନଅଟି ଦିବସେ ନଅଟି ସ୍ବରୂପେ

ଉଭାହେବେ ଜଗଧାତ୍ରୀ

ପର୍ବତ ରାଜନ ହିମାଳୟ କନ୍ୟା

ତେଣୁ ନାମ ଶୈଳପୁତ୍ରୀ....


ଦିତୀୟ ଦିବସେ ବିଜେ ଏ ମରତେ

ନାମ ତ ବ୍ରାହ୍ମଚାରିଣୀ,

କମଣ୍ଡଳୁ ସାଥେ ରୁଦ୍ରାକ୍ଷର ମାଳା

ଦର୍ଶନେ ତପଚାରିଣୀ....


ନାଶି ଅହଂକାର ଦୁର୍ଗୁଣ ବିକାର

ଖୋଲିବେ ଜ୍ଞାନର ମୁଣି,

ଫେଡିବେ ଯାତନା ହରିବେ ବେଦନା

ସେଇ ମା' ବିଶ୍ବକଲ୍ୟାଣୀ....


ତୃତୀୟ ସ୍ବରୂପେ ଚନ୍ଦ୍ରଘଣ୍ଟା ରୂପେ

ଉଭା ଜଗତ ଜନନୀ

ଲଲାଟ ପଟଳେ ଅର୍ଦ୍ଧ ଚନ୍ଦ୍ର ଖେଳେ

ଉଗ୍ରରୂପି ନାରାୟଣୀ....


ଦଶ ହସ୍ତେ ଦଶ ଅସ୍ତ୍ରଶସ୍ତ୍ର ଧରି

ସଂହାରିବେ ମାତା ପାପି

ହୃଦତଳେ ଭକ୍ତି ରଖି ସାଧୁମତି

ତପି ଯିବେ ପାଇ ମୁକ୍ତି....


କୁଷ୍ମାଣ୍ଡା ସ୍ବରୂପେ ଚତୁର୍ଥ ଦିବସେ

ମଣ୍ଡପରେ ମାତା ବିଜେ

ଅମୃତ କଳସ, ଜପାମାଳା,ଗଦା

କମଳ ଓ ଧନୁ ସାଥେ....


କାର୍ତ୍ତିକେୟ ମାତା ନାମ ସ୍କନ୍ଦମାତା

ପଞ୍ଚମ ଦିନ ସ୍ବରୂପା

କୋଳେ ପୁତ୍ର ଧରି ଜଗତ ଆବୋରି

ହୋଇଥାନ୍ତି ଆବିର୍ଭୂତା


ଶିବ-ପାର୍ବତୀଙ୍କ ବିବାହର ପରେ

ସ୍କନ୍ଦପୁତ୍ର ହେଲା ଜାତ

ସେଇଦିନୁ ଦେବୀ ସ୍କନ୍ଦମାତା ନାମେ

ଜଗତେ ହୋଇଲେ ଖ୍ୟାତ....


କାତ୍ୟାୟନ ଋଷି ଭକତିରେ ଫସି

ମହାମାୟୀ ଭଗବତୀ

ଷଷ୍ଠ ସ୍ବରୂପରେ କାର୍ତ୍ତ୍ୟାୟିନୀ ନାମେ

ଉଭା ସେଇ ଶକ୍ତିଦାତ୍ରି....


ଆମେ ଯେତେ ମୁଢମତି

ଅର୍ଥ, କର୍ମ, ମୋକ୍ଷ ଲଭିବାଟି ଭଲେ

ସାହା ସେଇ ଭଗବତୀ....


ସପ୍ତମ ସ୍ବରୂପ କାଳରାତ୍ରି ବେଶ

କାଳରୂପୀ ଅବତାର

ଚତୁଃର୍ଭୁଜା ମାତା ଭ୍ରମଣ କରନ୍ତି

ଗଧରେ ହୋଇ ସବାର....


ଦୁଷ୍ଟଜନଙ୍କର ମୃତ୍ୟୁର କାରଣ

ଶିଷ୍ଟଙ୍କର ଶୁଭଙ୍କରୀ

ଭକତ ଜନଙ୍କୁ ରକ୍ଷା କରୁଥାନ୍ତି

ଛତ୍ରଛାୟା ଟିକୁ ଧରି ....


ଅଷ୍ଟମ ସ୍ବରୂପେ ମହାଗୌରୀ ନାମେ

ବୃଷଋଢା ମହାମାୟୀ

ଅଭୟ ମୁଦ୍ରାରେ ଡାହାଣ ହସ୍ତରେ

କୃପାବାରି ଢାଳୁଥାଇ....


ନବମ ସ୍ବରୂପ ସିଦ୍ଧିଦାତ୍ରି ବେଶ

ଲିଆ ଭୋଗ ଶ୍ରଦ୍ଧା ତାର

ହସ୍ତେ ଧରି ଶଙ୍ଖ, ଚକ୍ର, ଗଦା,ପଦ୍ମ

ଆପାର ମହିମା ତାର....


ନବଦିନାତ୍ମକ ପୂଜାଯେ ସଂପୂର୍ଣ୍ଣ

ଶେଷ ଏଇ ଅବତାର

ଶାନ୍ତି ପ୍ରଦାୟିନୀ ଶକ୍ତି ସ୍ବରୁପିଣୀ

ଚରଣେ ତୋର ଜୁହାର....


Rate this content
Log in