ନବବର୍ଷରେ ପଦେ
ନବବର୍ଷରେ ପଦେ
1 min
533
ତୂର୍ଯ୍ୟ ନାଦେ କମ୍ପେ ଧରା
ଭଗବା ଧ୍ବଜ ଆଜି ଉଡେରେ।
ଭଗବା ଧ୍ବଜ ଆଜି ଉଡେରେ
ଉଡି, ଉଡି ଏହି କଥା କହେରେ।
ରାଷ୍ଟ୍ର ନବ ବର୍ଷ,ହିନ୍ଦୁ ନବ ବର୍ଷ
ହର୍ଷ ଆଣୁ ପ୍ରତି ହୃଦରେ।
ଭଗବା ଧ୍ବଜ..... ।
ହିନ୍ଦୁ ରାଷ୍ଟ୍ରର ପାଣି, ପବନ
ପ୍ରବାହିତ ଆଜି ଆମ ରକ୍ତ ରେ।
ହିନ୍ଦୁ ରାଷ୍ଟ୍ରର ହିନ୍ଦୁ ସୈନିକ
ସୁପ୍ତ ଥିଲ ଏବେ ଜାଡରେ।
ସୁପ୍ତ ଥିଲ ଏବେ ଜାଗରେ
ଭଗବା ଧ୍ବଜ ଆଜି ଉଡେରେ।
ନବ ବର୍ଷରେ କରିବା ପ୍ରତିଜ୍ଞା
ରଖିବା ଏ ଦେଶର ଟେକରେ।
ଏ ଦେଶ ପାଇଁ ଯାଉ ପଛେ ଆମ
ତୁଚ୍ଛ ଜୀବନ ଦେବା ଭେଟିରେ।
ଭଗବା ଧ୍ବଜ ଆଜି ଉଡେରେ ।
.
