STORYMIRROR

Sunanda Mohanty

Others

3  

Sunanda Mohanty

Others

ନବବର୍ଷର ଅନୁଭୂତି

ନବବର୍ଷର ଅନୁଭୂତି

1 min
191

ନୂଆବରଷ ରେ ନୂଆ ନୂଆ ଲାଗେ ସକାଳ 

ଯଦିଓ ସୂର୍ଯ୍ୟ ଚନ୍ଦ୍ର ଉଇଁ ଆସିଥାନ୍ତି ଦେଖି ସଠିକ ବେଳକାଳ 

କାଇଁ ଏତେ ଉନ୍ମାଦନା ଥାଏ ପ୍ରବଳ 

ଆଚରଣେ ଉଚ୍ଚାରଣେ ତାଳମେଳ 

ସୁନେଲି ସକାଳେ ବାସେ ମହ ମହ ତୁଳସୀ ଚଉରା ମୂଳ 

ଭୋଗ ଧୂପ ଦୀପ ର ରଖି ସୁବର୍ଣ୍ଣ ଥାଳ 

କିଏ କେତେ ଆଡ଼େ ବୁଲିବାକୁ ଯିବାକୁ ଉଠି ସଅଳ 

ମୁଁ କିନ୍ତୁ ଭାଙ୍ଗୁଥାଏ ପିଠା କରିବାକୁ ନଡ଼ିଆ ଫାଳ 

ଚନ୍ଦନ ସିନ୍ଦୁର ବନ୍ଦାପନା କରି ବିତାଇବାକୁ ସଞ୍ଜ ସକାଳ 

ପୂର୍ଣ୍ଣକୁମ୍ଭ ଆଉ ଆମ୍ବ ଡାଳ 

ଗୁନ୍ଥି ଗଜରା ଫୁଲର ମାଳ 

ବୁଲିଗଲି ଘରପାଖ ପଞ୍ଚସଖା ପୀଠ ବଉଳ 

ଦେଖିଲି ସ୍ବର୍ଗୀୟ ସୌନ୍ଦର୍ଯ୍ୟ ବନ ବକୁଳ 

ସାଙ୍ଗ ସାଥୀ ସହୋଦର ତୋଳୁଥିଲେ ଫୁଲ ତମାଳ 

ଶିବ ପାର୍ବତୀଙ୍କ ମୁଣ୍ଡରେ ଚଢାଇ ବେଲପତ୍ର ନାମ ବରାଳ 

ଫେରିଥିଲୁ ପୁଣି ସାକ୍ଷୀଗୋପାଳ 

ସର୍ବେ ଭବନ୍ତୁ ସୁଖୀନ ଆଶିଷ ମାଗି ତତ୍କାଳ 

ଜୟ ଜନନୀ ଜୟ ରାଇଜ ଜୟ ଭାରତ ଆମ ଉତ୍କଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍