STORYMIRROR

Nrusingha Narayan Tripathy

Others

3  

Nrusingha Narayan Tripathy

Others

ନବାଙ୍କ ବେଶ

ନବାଙ୍କ ବେଶ

1 min
225

ପ୍ରତି ଅଙ୍ଗେ ଫୁଲ ବେଶ ପ୍ରଭୁଙ୍କ ନବାଙ୍କ ବେଶ

ଗେଣ୍ଡୁ ମଣ୍ଡା ଫୁଲ ମାଳେ କୁସୁମ ବେଶ 

 ପୂର୍ବ ମକର ସଂକ୍ରାନ୍ତି ଧନୁ ମାସ ଅନ୍ତ ଇତି

 ଉତ୍ତରାୟଣରେ ରବି ଖୁସିର ବେଶ

ସର୍ବ ଶୁଭା ଶୁଭେ ସ୍ଵାଗତେ

ଧରଣୀ ପୃଷ୍ଠରେ ଉଷ୍ମ ଆଭା ଆଗତେ ll


ଚିତା ଗୁଣା ଶ୍ରୀ ପୟର କର ପଲ୍ଲଵ ଅଧର

ଗେଣ୍ଡୁ ଫୁଲମାଳେ ବେଶ ଯେ ପ୍ରଦର୍ଶିତ

ଶଙ୍ଖ ମକର କୁଣ୍ଡଳ ଚକର ହଳ ମୂଷଳ

କଇଁଥ ଅଠାରେ ସୋଲ ସେ ସୁସଜ୍ଜିତ

ଚାଉଳ ଫୁଲର ମେଳଣ

ଶୋଭେ ଗେଣ୍ଡୁଫୁଲ ତାର ସାରା ଚଟାଣ ll


ପ୍ରଭୁ ମଦନ ମୋହନ ଆସି ରତ୍ନ ସିଂହାସନ

ମାଗେ ଆଜ୍ଞାମାଳ ସିଏ ମଧୁସୂଦନ

ପ୍ରଭୁ ଆଜ୍ଞାମାଳ ପାଇ ଦେବ ପରିକ୍ରମା ପାଇଁ

ଚାରିଥର ଘୂରେ ରତ୍ନ ସେ ସିଂହାସନ

ପ୍ରଭୁଯେ ମଦନ ମୋହନ

ମନ୍ଦିର ନବାଙ୍କ ବେଢା ଯେ ପ୍ରଦକ୍ଷଣ ll


ପ୍ରବର୍ତ୍ତକ ଏ ବେଶର ଚୈତନ୍ୟ ଦେବ ଭକ୍ତର

ଭକ୍ତର ଠାକୁର ସିଏ ଜଗଦ୍ଦେଶ୍ୱର

ଶୀତର କୁସୁମ ଫୁଲ ଆତ୍ମହରା ଦିଗପାଳ

ଆନନ୍ଦେ ଅର୍ପଣେ ପ୍ରଭୁ ଫୁଲର ହାର

ନବାଙ୍କ ବେଶକୁ ଦର୍ଶନେ

ସମର୍ପିତ ହୁଏ ଭକ୍ତ ସନ୍ତୋଷ ମନେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍