STORYMIRROR

Sushantkumar Pradhan

Others

2  

Sushantkumar Pradhan

Others

ନବାଗତା ଉଣେଇଶି

ନବାଗତା ଉଣେଇଶି

1 min
457




ନବାଗତା ତୁମେ ଲାସ୍ୟମୟୀ ଗୋ

ଆସ ସ୍ୱପ୍ନିଳ ଓଠଧାରେ

ପହିଲି କିରଣ ସୃଷ୍ଟି କର ତୁମେ

ଆଶା ଉଦ୍ଦୀପନା ମନ ଭିତରେ ।।


ନୂଆ ସମ୍ଭାବନା ସୃଷ୍ଟିର ବର୍ଣାଳୀ

ତୁମଲାଗି ସିନା ଉଙ୍କିମାରେ

ରୋମାଚିଂତ ହୁଏ ଅଳିକ ଜୀବନ

ତୁମରି ସ୍ପର୍ଶର ମହକରେ ।।


ଏକତାର ମନ୍ତ୍ର ସମତାର ସ୍ତୋତ୍ର

ଧନ୍ୟ ହୁଏ ତୁମ ସାର୍ନ୍ନିଧ୍ୟରେ

ବିକଳ୍ପ ମୂହୁର୍ତ୍ତ ମଧୁର ସଂକଳ୍ପ

ମିଳୁ ଥାଉ ହାତ ପାହାନ୍ତାରେ ।।


ହିଂସା ଦ୍ୱେଷ ଭାବ ଘାତ ପ୍ରତିଘାତ

ଦୁର ହେଉ ତୁମ ପରଶରେ

ଶାନ୍ତି ମୈତ୍ରୀ ପ୍ରୀତି ପୀୟୁଷ ସଂଯୋଗେ

ବିତୁ ସବୁଦିନ ଉଲ୍ଲାସରେ ।।


ଉପନୀତ ହୋଇ ଧରଣୀ ଦୁଆରେ

ଝଙ୍କୃତ କର ହେ ମଧୁଗୀତି

ସରୋଜସୌରଭେ ସମ୍ମିଳିତ ସ୍ୱରେ

ସଦ୍ ଭାବ ସଂସ୍କାର ବାଣ୍ଟ ନିତି ।।


ସ୍ମୃତି ସଂଜିବନୀ ଧରି ଥିରି ଥିରି

ଆସ ନୂଆ ନୂଆ ରଂଗ ବୋଳି

ସୁଖ ସମୃଦ୍ଧିର ପ୍ରଦୀପ ଜଳାଇ

ପାପ ତାପ ଘୃଣା ଦିଅ ଜାଳି ।।


ସୁଶାନ୍ତ ପ୍ରଧାନ

ବଂଧହୁଡା

ନରସିଂହପୁର କଟକ



Rate this content
Log in