ନବ ବରଷରେ ଶୁଭ କାମନା
ନବ ବରଷରେ ଶୁଭ କାମନା
ନବ ବରଷରେ ଶୁଭକାମନା (୨0୨୫)
❤❤❤❤
ସୁଖ ସୁଖ ଶାନ୍ତି ମୈତ୍ରୀ ପୂର୍ଣ୍ଣ ହେଉ ସଦା ନୂଆ ବରଷ,
ସମସ୍ତଙ୍କ ପ୍ରାଣେ ଦେଉ ଭରି
ଆଶାର ଆଲୋକ ହରଷ l
ଭେଦ ଭାବ ଭୁଲି ଯାଆନ୍ତୁ
ପରସ୍ପରେ ଆମ ଧରାବାସୀ,
ବୃକ୍ଷଲତାଗିରି ସର୍ବ ଜୀବ
ଜନ୍ତୁପ୍ରୀତି ରଖନ୍ତୁ ଅନୁକମ୍ପା ଶୁଭମନାସି l
ଧନୀଦରିଦ୍ର ପାତର ଅନ୍ତର
ନରହୁ ସର୍ବେ ଲଭନ୍ତୁ ସମଦୃଷ୍ଟି,
ବଳକା ଧନରେ ଧନୀଗୋଷ୍ଠୀଙ୍କ
କରୁ ଦରିଦ୍ରନାରାୟଣଙ୍କ ପୁଷ୍ଟି l
ସ୍ୱାର୍ଥ ଚିନ୍ତା ପରପୀଡ଼କ.
ମାନସିକତା ହେଉ ସମୂଳେ&n
bsp;
ବିନାଶ ଧରାବୁକୁ ଆଜିଠାରୁ,
ନାରୀ ଜାତି ପ୍ରତି ଅସତଚିନ୍ତା
ହେଉ ଦୂରୀଭୂତ କଳିକାଳୁ l
ସତଚିନ୍ତାଯୁକ୍ତ ନାରୀ ଜାଗରଣ
ସାଧୁ ଆମ ନବ ବରଷ,
ଅତ୍ୟାଚାରିତ ନାରୀଜାତି ପ୍ରାଣେ
ଝରୁ ସଦା ଆଶଙ୍କାରହିତ
ହରଷ l
ପ୍ରାର୍ଥନା କରୁଛୁ ବଡ଼ ଠାକୁରଙ୍କୁ
ମନ ପ୍ରାଣ ଦେଇ ଆଜି,
ନୂଆ ବରଷଟି ହେଉ ଶୁଭଙ୍କର
ସକଳ ମାନବ ଉଦ୍ଭିଦ ପ୍ରକୃତି
ଜଗତ ପାଇଁ ସର୍ବ ସଙ୍କଟ ଯାଉ
ବରଜି l
( ଅବଧୂତ ପଣ୍ଡା, କଟକ, ଓଡିଶା, ଭାରତ ) ତା. 01.01.2025
❤❤❤❤❤❤❤