STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

4  

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

ନୈତିକତା ପ୍ରେରଣା ମାତା ପିତା

ନୈତିକତା ପ୍ରେରଣା ମାତା ପିତା

1 min
218


ପିତାମାତାଙ୍କର ସନ୍ତାନ ଉପରେ

ରହିଛି ସଦା ଆଶିଷ,

ଜନମ ପରଠୁ ଆଦରେ ପାଳନ୍ତି

ଦୁହିଁଙ୍କ ଦାନ ଅଶେଷ ।୧।


ନିଜେ ଦୁଃଖ ସହି ସୁଖ ଦେବାପାଇଁ

ସଦା କରନ୍ତି ପ୍ରୟାସ,

ମନରେ ସନ୍ତୋଷ ପାଆନ୍ତି ଦେଖିଲେ

ସନ୍ତାନ ଓଠରେ ହସ ।୨।


ମାତା ସନ୍ତାନର ପ୍ରଥମ ଗୁରୁମା

ଦିଅନ୍ତି ଉତ୍ତମ ଶିକ୍ଷା,

ପିତା ସବୁ ବେଳେ ବୁଝାନ୍ତି, କିପରି

ବିପଦୁ ପାଇବ ରକ୍ଷା ।୩।


ବିଦ୍ୟାଳୟ ନେଇ ପାଠ ପଢିବାକୁ

ଗୁରୁଙ୍କ ପାଶେ ଛାଡନ୍ତି,

ବଡ ହୋଇ ଦିନେ ଯଶ ସେ ରଖିବ

ଆଶା ମନେ ରଖିଥାନ୍ତି ।୪।


ସୁଖରେ ଦୁଃଖରେ ପାଶେ ଠିଆ ହୋଇ

ଦିଅନ୍ତି ମନେ ସାହସ,

ନିଜ ସନ୍ତାନର ଦୁର୍ବଳତା କେବେ

କରନ୍ତି ନାହିଁ ପ୍ରକାଶ ।୫।


ପିତା ସ୍ବର୍ଗ ଠାରୁ ବଡ ଆମ ପାଇଁ

ମାତା ଧରଣୀ ଠୁ ବଳି,

ତାଙ୍କ ପାଦ ପଦ୍ମେ କୋଟି ପ୍ରଣିପାତ

ଭକ୍ତିରେ ଦିଏଁ ମୁଁ ଢାଳି ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍