STORYMIRROR

Debabrata Jena

Others

3  

Debabrata Jena

Others

....ନାରୀ.…..

....ନାରୀ.…..

1 min
885




ଆଜି ବି .....

ମୁଁ ଖୋଜୁଛି ମୋର ଅସ୍ତିତ୍ୱ

ଏ ସମାଜରେ

ଯେଉଁଠି ମୁଁ ସାଜିଛି

କାହା ପାଇଁ ଖେଳନା...

ଆଉ କାହା ପାଇଁ ଏକ ପଣ୍ୟଦ୍ରବ୍ୟ ...

ଅବା ଏକ ଇତର ପ୍ରାଣୀଟିଏ .....।।

ଜୀବନ ଯାକ ନିଜେ ଜଳି ଜଳି

ସବୁ ସମର୍ପି ଦେଲା ପରେ

ସବୁ କଳଙ୍କ ,ବଦନାମର ଉପାଧି ପାଏ ମୁଁ ...।।

ମୁଁ ଅବଳା....

ମୁଁ ଦୁର୍ବଳା....

ମୁଁ ଉପେକ୍ଷାର ପାତ୍ର ...

ମୁଁ ସର୍ବହରା...., ମୁଁ ଅସ୍ବତନ୍ତ୍ର ...।।

ଅଫିସରେ , କଲେଜରେ ...

ସ୍କୁଲରେ ଅବା ବଜାରରେ....

ମୁଁ ହୁଏ ଶୋଷିତ ,ନିର୍ଯାତିତ...

ଅବହେଳିତ,ନିଷ୍ପେସିତ...

ଅନ୍ୟ ଦ୍ୱାରା ପରିଚାଳିତ...

ପିଂଞ୍ଜରାବିଦ୍ଧ , ପରିଚୟ ହୀନ ଓ ପରାଧୀନ ।।

କରିଛି ପ୍ରତୀକ୍ଷା ସେ ଦିନକୁ

ଯେଉଁ ଦିନ ମୋତେ ମିଳିବ ସମ୍ମାନ

ପାଇବି ମୋ ସ୍ୱତନ୍ତ୍ର ପରିଚୟ

କାଗଜ କଲମରେ ନୁହେଁ ...

ସର୍ବ ସାଧାରଣରେ..

ଅଗ୍ରାଧିକାର ଦିଆଯିବ ମୋର ନିଷ୍ପତ୍ତିକୁ

ସମ୍ମାନ ମିଳିବ ମୋ କର୍ତ୍ତବ୍ୟକୁ...।।









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍