STORYMIRROR

Chittaranjan Lenka

Others

1.5  

Chittaranjan Lenka

Others

ନାରୀ

ନାରୀ

1 min
13.2K


ଜନନୀ ଭଗିନୀ        ଜାୟା         ତିନି ରୂପ

ଯେ କରିଛି ଗଣ୍ଠି ଧନ

ତାକୁ କେବେ ହେଲେ ହୀନ ଭାବ ନାହିଁ

କର ନାହିଁ ହୀନିମାନ

 

ଜନନୀ ରୂପରେ       ବାନ୍ଧି ସେ ପାରିବ

ପକାଇ ମମତା ଡୋରୀ

ଭଗିନୀ ରୂପରେ       ଅଷାଣ୍ଢୁ ଭାଇକୁ

ବାଟକୁ ଆଣିବ ଧରି

 

ଜାୟା ରୂପ ଧରି       ନିଜ ସଂସାରକୁ

କରିବ ସୁନା ସଂସାର

ତାହାରି ପ୍ରଭାବେ      ହେବ ପ୍ରଭାବିତ

ହସିବ ସାରା ସଂସାର

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍