କହି ପାରିବୁକି କାଳିଆ
କହି ପାରିବୁକି କାଳିଆ
1 min
1.2K
କହି ପାରିବୁକି ମୋତେ ରେ କାଳିଆ
କାହିଁକି ମନଟେ ଦେଲୁ
ଦେଲୁ ଦେଲୁ ମନ କାହିଁକି ଏମିତି
ନରମ ତୁ କରିଦେଲୁ ?
ନରମ କରିଲୁ ଦୁଃଖ ବି ନ ଥିଲା
ଭଲ ପାଇବା ଭରିଲୁ
ଭରିଲୁ ଭରିଲୁ କାହିଁକି ମୋ ମନେ
ଏତେ ବେଶୀ ଭରିଦେଲୁ ?
ଭରିଦେଲୁ ସିନା ମୋର ଖୁସୀ ପାଇଁ
ଦୁଃଖରେ ହେଲି ହାଲିଆ
କାଢିବାକୁ ଶକ୍ତି ଦେଲୁନାହିଁ କିଆଁ
କହରେ ମୋତେ କାଳିଆ ?
ଚିତ୍ତ ରଞ୍ଜନ ଲେଙ୍କା (କଟକ)