STORYMIRROR

Chittaranjan Lenka

Others

2  

Chittaranjan Lenka

Others

ଆଶୁତୋଷ

ଆଶୁତୋଷ

1 min
2.4K


ଭୋଳାବାବା ସିନା       କହୁଛ ସଭିଏଁ

କହୁଛ ପାଉଁଶ ବୋଳା

ଭାବିଛ କି କେବେ   କାହିଁକି ସେ ଯୋଗୀ

   କା ପାଇଁ ସାଜିଛି ଭୋଳା ???

 

ନିଜ ପାଇଁ ଭୋଳା     ସାଜିଅଛି ବୋଲି

ଜଗତ ରହିଛି ଆଜି

ଶ୍ମଶାନରେ ବସି      ତପସ୍ୟା କରଇ

ନିଜ ସୁଖ ଶାନ୍ତି ହେଜି

 

ତାଙ୍କ ପରି ତ୍ୟାଗୀ   ତାଙ୍କ ପରି ଯୋଗୀ

ବ୍ରହ୍ମାଣ୍ଡରେ କେହି ନାହିଁ

ଅଳପରେ ଯିଏ           ହୁଅଇ ସନ୍ତୁଷ୍ଟ

ଆଶୁତୋଷ ନାମ ବହି

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍