ନାରୀ
ନାରୀ
ଦେବୀ ସ୍ବରୂପିଣୀ ନାରୀ ତ ଅଟଇ ଦୁନିଆରେ ସର୍ବଶ୍ରେଷ୍ଠ
ସବୁକିଛି ସତେ ତା ପାଇଁ ସମ୍ଭବ ଜଗତେ ସିଏ ବଳିଷ୍ଠ ।
ନିଜ ଜୀବନକୁ ଉତ୍ସର୍ଗୀ କରେ ଜନହିତ ସେବା ପାଇଁ
ତ୍ୟାଗର ସଂଗୀତ ଗାଏ ଅପ୍ରମିତ ଖୁସିର ମହକ ଦେଇ ।
ନାରୀ ଛୁଇଁପାରେ ଆକାଶ ଶିଖର ଗଢେ ଯେ ସୁନା ସଂସାର
ଆଲୋକର ଦୀପ ଜଲାଏ ସର୍ବଦା ନାଶି ସବୁ ଅନ୍ଧକାର ।
ନାରୀ କରିଥାଏ ସୁରକ୍ଷାର ଯୁଦ୍ଧ ନିଜ ଜୀବନକୁ ଜାଳେ
ଜଗତ କଲ୍ୟାଣ କରିବା ପାଇଁ ତ ସବୁବେଳେ ସିଏ ଭାଳେ ।
ନିଜେ ଦୁଃଖେ ଥାଇ ଅନ୍ୟକୁ ହସାଏ ପାଇ ତ କଷ୍ଟ ଯନ୍ତ୍ରଣା
ସହିଷ୍ଣୁତା ସିଏ ପ୍ରେମ ପ୍ରଦାୟିନୀ ଢାଳେ ଶାନ୍ତିର କରୁଣା ।
ନିଜେ ନ ଖାଇ ସେ ଅନ୍ୟକୁ ଖୁଆଏ ସେବା କରେ ସଭିଙ୍କର
ମମତା ଡୋରି ରେ ସମସ୍ତଙ୍କୁ ବାନ୍ଧି କରିଥାଏ ଆପଣାର ।
ଯେତେ ଝଡଝଞ୍ଜା ଆସିଲେ ଜୀବନେ ମୁଣ୍ଡ ପୋତି ନିଏ ସହି
ସବୁବେଳେ ନିଜ କାମେ ମନ ଦେଇ ଦୁଃଖେ ସୁଖେ ହସୁ ଥାଇ ।
ନିଜ ଜୀବନକୁ ଖାତିର ନକରି ପର ଚିନ୍ତା କରେ ସଦା
ତଥାପି ମଣିଷ କରୁଛି ତାହାକୁ ଅପମାନ ଆଉ ନିନ୍ଦା ।
ତା ସମାନ କେହି ଦୁନିଆରେ ନାହିଁ ଅଟେ ଜନମ ଦାୟିନୀ
ହସେ ଯେ ତା ପାଇଁ ସାରା ସଂସାରଟା ତା ଗୁଣ ନାମ ବଖାଣି ।
ଋଣି ଯେ ସମସ୍ତେ ତା ପାଦପଦ୍ମରେ ଜଗତେ ସିଏ ମହାନ
ତା ପାଖରେ ସତେ ସଭିଙ୍କର ମନ ହୋଇଥାଏ ସଦା ଲୀନ ।
