STORYMIRROR

Sudhanjali Mishra

Others

3  

Sudhanjali Mishra

Others

ନାରୀ

ନାରୀ

1 min
190


ଆମେ ଯେ ନାରୀ ନୁହଁଇ ନିସ୍ବ

ଆମେ ଗଢିବା ନୂତନ ବିଶ୍ବ

ପ୍ରଗତି ଆଶା କିରଣ ନେଇ

ଜୀବନ ଦେବା ଏଦେଶ ପାଇଁ

ବିଶ୍ବ ସଂହତି ଆମରି କାମ୍ୟ

ବୀର ସନ୍ତାନ ଗଢିବା ଧର୍ମ 

ଶାନ୍ତି ମଇତ୍ରୀ ବାରତା ନେଇ

ବନ୍ଧୁତା ସୂତ୍ରେ ଆବଦ୍ଧ ହେଇ

ସମାଜ ବୁକେ ଫୁଟାଇ ହସ

ଶପଥ ନେବା ସଭିଏଁ ଆସ

ଯିବାନି ଭାଙ୍ଗି ଆସିଲେ ଝଡ଼

ଆଜିର ନାରୀ ନୁହଁଇ ମୂଢ଼ ।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍