STORYMIRROR

Sukanti Hotta

Others

2  

Sukanti Hotta

Others

ନାରୀ

ନାରୀ

1 min
643


ନାରୀ........

ଆଖି ଥିଲେବି ଅନ୍ଧ ହୋଇଥାଏ

କନ୍ୟା ଭୃଣହତ୍ୟା, ଅତ୍ୟାଚାର ଧର୍ଷଣ ଦେଖି

ନୀରବରେ ଲୁହଲହୁ ବୁହାଉଥାଏ

ଜନନୀ, ଭଗିନୀ, ଜାୟା ସାଜି ଯୁଗେଯୁଗେ ପୂଜା ପାଉଥାଏ

ପୁରୁଷ କାନ୍ଧରେ କାନ୍ଧ ମିଳାଇ ସବୁକ୍ଷେତ୍ରରେ ଆଗେଇ ଥାଏ......ll


ପୁରୁଷ ତୃପ୍ତି କେବେବି ନୁହେଁ

ନିଜ ରକ୍ତ ତାର ଇଜ୍ଜତ ନିଏ

ଦେହବିକି ସେ ପଇସା ପାଏ

କନ୍ୟାରତ୍ନ ଏଠି ଅଲୋଡ଼ା ହୋଇଛି

ପରଘରର ଅଇଁଠା ଧୁଏ

ଉପଭୋଗର ବସ୍ତୁ ପାଲୋଟିଣ

ଖେଳଣାଟି ପରି ଭାଙ୍ଗିଯାଏ

ମନର କଥାକୁ ମନରେ ରଖି

ସମସ୍ତଙ୍କୁ ଖୁସି ବାଣ୍ଟୁ ଥାଏ

ନାରୀ ନାରୀର ଶତ୍ରୁ କାହିଁକି ହୁଏ ll


ନାରୀଟିଏ....... ସେ ନାରୀଟିଏ


ବୀରଯବାନକୁ ଜନମ ଦେଇ

ଦେଶରକ୍ଷା ପାଇଁ ପଠାଇ ପାରେ

ବୀର ଯବାନର ଶବକୁ ଧରି

ବୁକୁର କୋହକୁ ଲୁଚାଇ ପାରେ

ନିଜେ ନଖାଇ ପିଲାର ମୁଖେ ଦିମୁଠା

ଆହାର ଯୋଗାଇ ପାରେ

ଦୁଃଖରେ ଭି ମିଛିମିଛିକା ହସି ପାରେ

କର୍ମ କ୍ଷେତ୍ରରେ ପୁରୁଷର ସମସ୍କନ୍ଦ ହୋଇପାରେ

ଦୁଷ୍ଟ ବିନାଶ ପାଇଁ ଦୁର୍ଗା ଅବତାର ଧରିପାରେ

ସାବିତ୍ରୀ ସାଜି ଯମ ପାଖରୁ ସତ୍ୟବାନକୁ ଆଣିପାରେ

ସତୀସୀତା ସାଜି ଅଗ୍ନି ପରୀକ୍ଷା ଦେଇପାରେ

ସ୍ନେହ ପ୍ରେମ ବନ୍ଧନେ ପରିବାରକୁ ବାନ୍ଧିପାରେ

ଘରଟିକୁ ସ୍ୱର୍ଗଠାରୁ ସୁନ୍ଦର ଗଢି ତୋଳିପାରେ

ଘରକୁ ମନ୍ଦିର କରିପାରେ......... ll


ସୁକାନ୍ତି ହୋତା

ତାଳଚେର 7008819476


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍