STORYMIRROR

Debabrata Jena

Others

2  

Debabrata Jena

Others

ନାରୀ

ନାରୀ

1 min
3.2K



ନାରୀର ସ୍ୱରୂପ ବଖାଣୁଛି ଆଜି,


ଶୁଣିବ କି ଦେଇ ମନ,


ନାରୀ ବ୍ୟତିରେକେ ଏ ବିଶ୍ୱ ବ୍ରହ୍ମାଣ୍ଡେ,


ସ୍ଥିତି ଯେ ଲାଗଇ ଶୂନ ।।


ମାତା ଓ ଦୁହିତା , ଭାର୍ଯ୍ୟା ଓ ସେ କାନ୍ତା,


ସ୍ୱରୁପ ଅଟେ ବିଭିନ୍ନ ,


ଆବଶ୍ୟକ ଅଛି ଏହି ସଂସାରରେ.


ନ ଥିଲେ ହୋନ୍ତା ଅପୂର୍ଣ୍ଣ ।।


ଗୃହର ମଣି ସେ ଅଟଇ "ଗୃହିଣୀ",


ପତନୁ ଉଦ୍ଧାରେ "ପତ୍ନୀ",


ଧର୍ମକାର୍ଯ୍ୟେ ସହାୟତା ସେ କରନ୍ତି,


ବୋଲାନ୍ତି "ସହଧର୍ମିଣୀ" ।।


ଅରିକୁ ନାଶନ୍ତି ତେଣୁ ସେ ଯେ "ନାରୀ',


ଦି-କୁଳ ହିତା "ଦୁହିତା",


ଗୃହ ସ୍ଥିତି ସ୍ଥିର ରଖିଣ ସେ "ସ୍ତିରୀ',


ଗୃହ କାନ୍ତି ସେ ତ "କାନ୍ତା" ।।


ସୁଂଦର ସଂସାର ଗଢି ସେ "ସ୍ୱରୂପା"


କୁଳ ଧନ୍ୟ କରି "କନ୍ୟା" ।


ପ୍ରମାଦରୁ ମୁକ୍ତି ଦେଇ ସେ "ପ୍ରମୋଦା"


ଭାର ସମ୍ଭାଳି ସେ "ଭାର୍ଯ୍ୟା"।।


ମାଟି ଓ ଆକାଶ ସମ ଯେ ଅଟନ୍ତି


ସିଏ ପରା ଆମ "ମାଆ" ।


ପରିବାର ରୂପୀ ସଂସାରେ ସେ ଶିର


ତେଣୁ ସେ ଯେ "ମହନୀୟା" ।।


ମହିୟସୀ ବାଳା ଏଣୁ ସେ "ମହିଳା"


ବିପଦୁ ଉଦ୍ଧାରି "ବୋଉ"


ଏ ସାରା ମରତ ହରାଏ ଅସ୍ତିତ୍ବ


ତାର ସ୍ଥିତି ବିନା ଆଉ ।।


ନାରୀ ସର୍ବଂସହା ନାରୀ ଧାତ୍ରୀ ଜାୟା


ନାରୀ ଯେ ଅଟଇ ବଳ


ନାରୀର ଅସ୍ତିତ୍ବ ହୋଇଲେ ପତିତ


ଧରା ହେବ ରସାତଳ ।।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍