STORYMIRROR

pranati Mahapatra

Others

3  

pranati Mahapatra

Others

ନାରୀ ସିଏ ମହାସତୀ

ନାରୀ ସିଏ ମହାସତୀ

1 min
269


ବହୁ ମୂଲ୍ୟ ବାନ ଅମୁଲ ମୂଲ ତା

ନାରୀ ଟିଏ ପାଇଁ ପରା

ଲାଗିଲେ ମଥାରେ ବଦଳିଯାଏ ତ

ଝିଅରୁ ବୋହୁ ହୁଅଇ ଜୀବନ ସାରା।

ଟୋପାଏ ସିନ୍ଦୂର ବଦଳାଇ ଦିଏ

ନାରୀ ଭାଗ୍ୟ ଏ ଜଗତେ,

ବିନ୍ଦୁଏ ସିନ୍ଦୂର ଥିଲେ ନାରୀ ଶିରେ

ଶୁଭ ହୋଇଥାଏ କେତେ।

କନ୍ୟା ରୁ ସିଏ ବୋହୁ ହୋଇ ଆସେ

ବିନ୍ଦୁଏ ସିନ୍ଦୂର ନାଇ,

ସେହି ସିନ୍ଦୂର ତା ଶିରେ ଥାଇ ମଲେ

ଯାଏ ଐହ୍ୟ ଡେଙ୍ଗୁରା ବଜାଇ।

ଇଚ୍ଛାରେ ହେଉ ବା ଅନିଛାରେ ହେଉ

ଯେ ଥରେ ଲଗାଇ ଦିଏ,

ଇହ କାଳ ପର କାଳର ଦେବତା

ତା ପାଇଁ ସେ ହୋଇଯାଏ।

ପର ହୋଇଯାଏ ଆପଣାର ପୁଣି

ଅଚିହ୍ନା ହୁଅଇ ଚିହ୍ନା,

ନାରୀଟିଏ ତାର ସାଇତା ସମ୍ପତ୍ତି

କରେ ଦାନ କରେ ନାହିଁ ମନା।

ସେହି ସିନ୍ଦୂର ତା ପରିଚୟ ଦିଏ

କାହା ସ୍ତ୍ରୀ କାହା ବୋହୁ,

ସେ ସିନ୍ଦୂର ପାଇଁ ନାରୀ ପାଇଥାଏ

ମାତୃତ୍ଵ ଅମୃତ ମହୁ।

ସିନ୍ଦୂର ବିନ୍ଦୁଏ ପାଇଁ ନାରୀ ହୁଏ

ମହା ମହା ଭାଗ୍ୟବତୀ,

ସିନ୍ଦୂର ର ମାନ ରଖିଥିଲେ ନାରୀ

ହୋଇଥାଏ ମହାସତୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍