Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Others

3  

Chinmaya Kumar Nayak

Others

ନାରୀ ଓ ଆଧୁନିକତା

ନାରୀ ଓ ଆଧୁନିକତା

1 min
322


ବେଳେବେଳେ ହୃଦେ ପ୍ରଶ୍ନ ଉଠେ ହୃଦୟର କୁଞ୍ଚିତ ପୃଷ୍ଠରେ

କାହିଁକି ସେ ନିନ୍ଦିତା ଆଜି ଏ ସମାଜର ସନ୍ଦେହୀ ଦୃଷ୍ଟିରେ

ଯଦି ପୁରୁଷଟେ କ୍ଷମା ଯୋଗ୍ୟ ଶତ ଶତ ଅପରାଧ ପରେ

ନାରୀ କାହିଁ ଚର୍ଚ୍ଚିତ ସଦା ସମୟର ରୁକ୍ଷ କାଠଗଡ଼ାରେ। 


ଆଧୁନିକତାର ଇନ୍ଦ୍ରଜାଲରେ ଜୀବନଠୁ ଜୀବିକା ପର୍ଯ୍ୟନ୍ତ

ସବୁ କିଛି ପରିବର୍ତ୍ତିତ ଆଜି ସମାଜଠୁ ସାମ୍ରାଜ୍ୟ ପର୍ଯ୍ୟନ୍ତ

ପୁରୁଷ କି ନାରୀ ହେଉ ସର୍ବେ ଆଜି ପୂର୍ଣ୍ଣ ସମ୍ମୋହିତ

ବିବର୍ତ୍ତନର କ୍ରମ ଧାରାରେ ଆଚାର ଓ ବିଚାର ପୀଡିତ। 


ଯୁଗେ ଯୁଗେ ନାରୀ ବନ୍ଧା ସଂସ୍କାରର କ୍ରୂର ଶିକୁଳିରେ

ଆଜି ବି ସମାଜ ନିନ୍ଦେ ଏରୁଣ୍ଡିକୁ ଡେଇଁ ଗଲା ପରେ

ମଥା ପୋତି ସହିଗଲେ ସେ ପୂଜା ପାଏ ମହା ଗୌରବରେ

ପ୍ରତିକ୍ରିୟା ସୃଷ୍ଟି ହୁଏ ଯେବେ ତିରସ୍କୃତା ହୁଏ ସର୍ବ ସମ୍ମୁଖରେ। 


ଆଜି ସେ ପାଦ ଥାପିଛି ଏରୁଣ୍ଡିରୁ ଏଭେରେଷ୍ଟ ଯାଏଁ

ନିଭାଏ ଦାୟିତ୍ୱ ନିଜ ଗୃହଧର୍ମରୁ କର୍ମକ୍ଷେତ୍ର ଯାଏଁ

ଲୁକ୍କାୟିତ ଅସଂଖ୍ୟ ପ୍ରତିଭା ମଥା ଟେକି ଦୃଢେ଼ କଥା ହୁଏ

ଲଜ୍ଜ୍ୟା ହୀନା ବୋଲି ସେଥିପାଇଁ ଆକାରଣେ ସିନା ନିନ୍ଦା ପାଏ। 


ସୀମା ଟପିଗଲା ପରେ ନାରୀ ଓ ପୁରୁଷ ଉଭୟ ବି ନିନ୍ଦାର ପାତ୍ର

କିନ୍ତୁ ନାରୀ କାହିଁ ନିନ୍ଦିତ ସଦା ସତରେ ଏ ଘଟଣା ବିଚିତ୍ର

ସମୟର ସୋପାନରେ ନିଶ୍ଚେ ସମାଜର ବଦଳିବ ଚିତ୍ର

କିନ୍ତୁ ମନୋଭାବ ନ ବଦଳିଲେ ସଦା ହେବ ସଂହାର ଚରିତ୍ର। 



Rate this content
Log in