STORYMIRROR

Dharmaraj Mahamallik

3  

Dharmaraj Mahamallik

ନାରୀ-ନାହିଁ ଅରି ଯାହାର

ନାରୀ-ନାହିଁ ଅରି ଯାହାର

1 min
844



ତୁଳନା ନାହିଁ ତା'ର

ଅତୁଳନୀୟ ସେ,

କଳନା କରି ହୁଏନା ତା'ର ମୂଲ୍ୟ

ଅମୂଲ୍ୟ ସେ,

ସେ ଅଟେ ନାରୀ ।।

ମୃତ୍ୟୁ ସହ ସଂଗ୍ରାମ ରେ

ବିଜୟଲବ୍ଧି ସେ,

ଜନ୍ମ ଦିଏ ନୂଆ ଜୀବନ

ମାଆ ସେ,

ସେ ଅଟେ ନାରୀ ।।

ସେ ସହନଶୀଳତା ର ନୁହେଁ

ଧୈର୍ଯ୍ୟ ର ପ୍ରତୀକ

ସେ ଅବଳା,ଦୁର୍ବଳା ନୁହେଁ

ସେ ଶକ୍ତି ର ପ୍ରଦର୍ଶକ

ସେ ଅଟେ ନାରୀ ।।

ନାରୀ ତୁ ସର୍ବସଂହା

ଦୁଇଟି ସୁର ର ଗୋଟିଏ ରାହା ।।

ଦୁନିଆ ର ତୁ ଏକା ଅଳିଅଳି

ନିଜକୁ ଚିହ୍ନିଲେ ତୁ ମହାକାଳୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍