ନାରୀ ମୁଁ ଦୀପାଳୀ ଭଳି
ନାରୀ ମୁଁ ଦୀପାଳୀ ଭଳି
1 min
287
ଦୀପାଳୀର ଭାଗ୍ୟ ନେଇ
ଆସିଅଛି ସିନା ଏ ସଂସାରେ
ଅନ୍ୟକୁ ଆଲୋକ ଦେଇ
ଜଳି ଯିବି ମୁଁ ଯେ ନିର୍ବିକାରେ ।
ଜଳେ ସଦା ଅନ୍ୟ ପାଇଁ
ନିଜେ ସଦା ଅନ୍ଧକାରେ ରହି
ଦୀପାଳୀର ଭାଗ୍ୟ ଦେଇ
ଗଢିଅଛି ମୋତେ ଯେଣୁ ବିହି ।
ନାହିଁ କେହି ଅରୀ ମୋର
ନାହିଁ କେହି ମୋହର ବଇରୀ
ଅବଳା କି ଦୁର୍ବଳା ମୁଁ ନୁହେଁ
ମୁଁ ଯେ ଅଟେ ସ୍ୱୟଂସିଦ୍ଧା ନାରୀ ।
ତ୍ୟାଗ ଆଉ ମମତ୍ୱର
ମୁଁ ଯେ ଅଟେ ପବିିିତ୍ର ପୟୋଧି
ଦୁଃଖ ବେଦନା ସବୁକୁ
ମୋ ଭିତରେ ଦିଏ ମୁଁ ସମାଧି ।
କର୍ତ୍ତବ୍ୟ ମୋ କରିିି ଚାଲେ
ପ୍ରତିଦାନେ ଆଶାନାହିଁ ମୋର
ଏ ସୃଷ୍ଟିର ରକ୍ଷା ଲାଗି
ମୋତେ ସୃଷ୍ଟି କରିଛି ଈଶ୍ୱର ।
