STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ନାଲି ରକ୍ତ

ନାଲି ରକ୍ତ

1 min
209


ଖୋରଧା ପାଇକ ସେଦିନ ଫିରିଙ୍ଗି

ସହ ସମ୍ମୁଖ ଲଢେଇ

ଇତିହାସ ପୋଥି ମନେ ରଖିଅଛି

ସେଦିନ ପାଇକ ଭାଇ,,


ଦେଶ ମାତୃକାର ସନମାନେ କଲା

ପରାଣ ଉତ୍ସର୍ଗୀକୃତ

ସେ ଦିନ ସେ ମାଟି ଲାଲ ହୋଇଥିଲା

ଭିଜି ବୀର ନାଲି ରକ୍ତ

ବୀର ବୀରାଙ୍ଗନା ପାଇକ ଜନନୀ

ଖୋର୍ଦ୍ଧାର ସେ ଲାଲ ଭୂଇଁ ।।


କଳିଙ୍ଗ ସମର ଚଣ୍ଡାଶୋକ ସଙ୍ଗେ

ଧଉଳି ପାହାଡ ତଳେ

ବୀର ଓଡ଼ିଆ ତା ମାଆ ମାଟି ପାଇଁ

ଲଢେ ତରବାରୀ କରେ,,


କଳିଙ୍ଗ ସେନାଙ୍କୁ ନିର୍ଦ୍ଦୟେ ସେଦିନ

ହତ୍ୟା କଲା ଦୟା କୂଳେ

ପ୍ରବାହିତ ହେଲା ଲାଲ ରକ୍ତ ବନ୍ୟା

ଦୟାନଦୀ ନୀଳ ଜଳେ

ସେ ଧଉଳି ଗିରି ଦୟାନଦୀ ବାରି

ଅତୀତର କଥା କହେ ।।


ବୁଦ୍ଧଦେବଙ୍କର ଅହିଂସା ଅସ୍ତ୍ରରେ

ବର୍ବର ଫିରିଙ୍ଗି ଦଳ

କ୍ଷତ ବିକ୍ଷତ ସେ ହଜିଯାଇଥିଲା

ତା’ର ଯେତେ କଳ ବଳ,,


ଭାରତର ଶେଷ ସ୍ଵାଧୀନ ସଂଗ୍ରାମେ

“ଇରମ” ମାଟିରେ “ନାଲି-

ଉଷୁମ ରକତ” ନିରୀହ ଜନର

ମନେଅଛି ଥିବ କାଲି

ରକତ ତୀର୍ଥ ସେ ଇରମ ମାଟିକୁ

ବାରମ୍ବାର ନମସ୍କାର ।।









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍