ନାଲି ରକ୍ତ
ନାଲି ରକ୍ତ
1 min
197
ରକତରେ ଲେଖା ଜୀବନ କବିତା
କେବେ ଝରେ ଲହୁ କେବେ ତ ମୁକୁତା |
ତାକୁ ରଖି ପାରିବ କି-୨-
ହୋଇଯିବ ସିଏ ସଞ୍ଜ ସଳିତା |୧|
ଦେହୁ ବହେ ସିନା ନାଲିଆ ରକତ,
ତାକୁ ଦେଖି ଦେଖି ଲାଗୁଅଛି ସତ ,
କେବେ ଲାଗେ ବିପରିତ ‐୨
ରକତରେ ଲେଖା ନାଲିଆ ଗୀତ |୨|
ହୃଦୟ କହୁଛି ଜୀବନର କଥା,
ହୃଦ ହରିନିଏ ଦୁଃଖି ମନ ବ୍ୟଥା,
ବ୍ୟଥା ଲୋଡ଼େ ପରା ରକ୍ତ ‐୨
ରକତ ବିନ୍ଦୁରେ ଲେଖା ତା କଥା |୩|
ସବୁରି ରକତ ନାଲିଆ ହୁଅଇ ନଥାଏ ଭେଦ ଓ ଭାବ,
ଜାତି ଗୋତ୍ର ସିନା ମଣିଷର ଗଢ଼ା କାନ୍ଥ ପରି ଛିଡ଼ା ହେବ,
ରକତରେ ନାହିଁ ଭେଦ‐୨—
ରକତ ଦେଇଛି ନୂଆ ଜୀବ | ୪|
