STORYMIRROR

NIBEDITA MOHAPATRA

Others

3  

NIBEDITA MOHAPATRA

Others

ନାଗରିକ

ନାଗରିକ

2 mins
267

ଏକତ୍ରିତ ହୁଅ ସ୍ୱାଧୀନ ଭାରତ ଗଣତନ୍ତ୍ରର ନାୟକ

ପ୍ରତିବାଦ କରି ଅନ୍ୟାୟ ଦୁର୍ନୀତି

ବୋଲାଅ ସୁନାଗରିକ।


ତୁମ ପାଇଁ ଧାର୍ଯ୍ୟ କର୍ତ୍ତବ୍ୟକୁ ମାନି

କରୁଥାଅ ନିଜ କର୍ମ

ଦେଶ ମାତୃକାର ସେବା ସୁରକ୍ଷାକୁ

ଭାବି ନେଇ ଶ୍ରେଷ୍ଠ ଧର୍ମ।


ହିଂସା, ବିଦ୍ୱେଷ, ଜାତି, ଧର୍ମ ଭେଦକୁ

ମନରୁ ଦେଇ ଦୂରେଇ

ଏକତା,ସମତା ପ୍ରତିଷ୍ଠିତ କର

ସୁଦକ୍ଷ ଦାୟାଦ ହୋଇ।


ଦେଶପ୍ରେମ ବହ୍ନି ପ୍ରଜ୍ଜ୍ଵଳିତ କରି

ବିବେକ ନିର୍ଦ୍ଦେଶ ମତେ

ଉନ୍ନତି ପଥରେ ସହାୟକ ସାଜ

ହାତକୁ ମିଶାଇ ହାତେ।


ଅହିଂସା ପୂଜାରୀ ମହାତ୍ମାଙ୍କ ସ୍ୱପ୍ନ

ରାମରାଜ୍ୟ ସ୍ଥାପନାର

ନିଅ ହେ ପ୍ରତିଜ୍ଞା ଏକମେଳ ହୋଇ

କରିଦେବାକୁ ସାକାର।


ମୂଲ୍ୟବାନ ପରା ଆମ ସ୍ୱାଧିନତା 

ଏକଥା ନ ଯାଅ ଭୁଲି

ବଳିଦାନେ ତା'ର ସ୍ୱାଭିମାନ ରକ୍ଷା

ଆମରି ଦାୟିତ୍ଵ ବୋଲି।


ଅନାହାର, ଅତ୍ୟାଚାର,ଶୋଷଣର

କରି ଦିଅ ହେ ବିନାଶ

ସଭିଙ୍କ ଜୀବନେ ଭରିଦେଇ ଖୁସି

ଜଗତରେ ପାଅ ଯଶ।


ଜନନାୟକଙ୍କ ଜୀବନ ଦର୍ଶନେ

ହୋଇଣ ଅନୁପ୍ରାଣିତ

ଶାନ୍ତି, ମୈତ୍ରୀ, ପ୍ରୀତି, ମମତା ମଳୟ

କରିଦିଅ ପ୍ରବାହିତ।


ଭିନ୍ନତାର ମଧ୍ୟେ କରୁଥାଅ ସଦା

ଏକତାର ଜୟଗାନ

ଗରବରେ କୁହ ଫୁଲାଇ ଛାତିକୁ

ଆମେ ଭାରତ ସନ୍ତାନ।


ଆତ୍ମଚିନ୍ତନର ସମୟ ଏହିତ

ହୁଅ ନାହିଁ ପଥଭ୍ରଷ୍ଟ

ଅଚେତନ ହୋଇ ଜାତି ଭବିଷ୍ୟତ

କରିଦିଅ ନାହିଁ ନଷ୍ଟ।


Rate this content
Log in