STORYMIRROR

Kulamani Sarangi

Others

2  

Kulamani Sarangi

Others

ମୁରଲୀ ବାଜିବ ନାହିଁ

ମୁରଲୀ ବାଜିବ ନାହିଁ

1 min
13.4K


ମୁରଲୀ ବାଜିବ ନାହିଁ .........................

କୃଷ୍ଣ ପାଶେ ସତ୍ୟଭାମା ରାଣୀ କଲେ ଅଳି,"ଥରୁଟିଏ ବଜାଅ ହେ ମୋହନ ମୁରଲୀ'। ହସି କହନ୍ତି ମୋହନ"ତୁମେକି ନଜାଣ? ରାଧାବିନା ମୁରଲୀରେ ନଆସିବ ସ୍ବନ। ଭାବ,ଭକତି,ପୀରତି ଆଉ ସମର୍ପଣ, ଯେଉଁଠାରେ ମିଶିଅଛି ରାଧା ତାର ନାମ। ରାଧା ଭକତିରେ ମିଶି ପୀରତି ଝଂକାର, ଆପେ ଝରିଯାଉଥିଲା ହୋଇ ବଂଶୀସ୍ବର। ଯମୁନା ଉଛୁଳିଯାଏ ଶୁଣି ସେ ତରଙ୍ଗ' ଆକାଶରେ ଲାଗିଯାଏ ଇନ୍ଦ୍ରଧନୁ ରଙ୍ଗ। ପୁଷ୍ପଲତା ଖେଳୁଥିଲେ ସୁର ତାଳେ ତାଳେ, କୃଷ୍ଣସାର, ଧେନୁ ଶୁଣୁଥିଲେ କୁତୁହଳେ। ରାଧା ନଥିଲେ କେମିତି ବାଜନ୍ତା ମୁରଲୀ? ସେଥିପାଇଁ ମୁରଲୀକୁ ଛାଡି ମୁଁ ଆସିଲି। ଅପ୍ରାକୃତ ପ୍ରେମମୂର୍ତି ରାଧାରାଣୀ ମୋର ତା ହୃଦ ତନ୍ତ୍ରୀରେ ଅଛି ମୋ ମୁରଲୀ ସୁର। ଯେଉଁଦିନ ରାଧା ଦେବ ସେ ସୁର ଫେରାଇ, ସେଦିନ ମୋହନ ବଂଶୀ ବଜାଇବି ମୁହିଁ।'

କୁଳମଣି ଷଡଙ୍ଗୀ


Rate this content
Log in