STORYMIRROR

Sunanda Mohanty

Others

3  

Sunanda Mohanty

Others

ମୁନୀର ସପନ

ମୁନୀର ସପନ

1 min
11.1K


ସପନରେ ଦିନେ 

ଦେଖିଲା ମୁନୀ 

କାନ୍ଦି କାନ୍ଦି ସିଏ 

ବୋଉର ଧରିଛି କାନି 

ପୁଷି ବିଲେଇଟା ଘଷି ହଉଛି ଗିନା ଯାକ 

ସବୁ ପିଉଛି 

ଟମି ଥାଳିଆରେ 

ମାଉଁସ ଭାତ 

ଗାଉଁ ଗାଉଁ କରି 

ଖାଇଦେଉଛି ସେତ 

ପଞ୍ଜୁରୀ ଭିତରେ ଶୁଆ 

କହେ ମୁନୀ ଚଞ୍ଚଳ ଖାଆ 

ମୁନୀଙ୍କୁ ୠଚୁନି କ୍ଷୀର ଓ ରୁଟି 

ଖଟା ଖାନ୍ତା ସେ ଚାଟିଚୁଟି 

ମନା କଲେ ମାଆ କରିଲେ ପାଟି 

କିଏ ବୁଝାଇବ ମୁନୀକୁ ଏଠି 

ସପନ ଭାଙ୍ଗିଲା ଦେଖିଲା ମୁନୀ 

ଶୋଇ ମାଆ ପାଖେ ହଉନି ତୁନି 

କି ସପନ ଦେଖିଲୁ ମୋ ସୁନା ଝିଅ 

ଖଟା ଖାଇବୁ ମନ କଲୁକି କହନ୍ତି ଯାହା ତୋ ଇଚ୍ଛା 

ଖାଇବାକୁ ଦେବି ପିଠା ବଛା ବଛା 

ପିଠା ଦେଖି ମୁନୀ କହେ ଖାଇବି ନାହିଁ 

ଟିକିତାରା ପରି ସବୁ ଏହା ଦିଶଇ 

ଜହ୍ନମାମୁଁ କୋଳେ ଯା ତୁ ଶୋଇ 

କ୍ଷୀର ଅଳ୍ପ ଟିକେ ପିଇ ତୁ ଦେଇ 

ଶୋଇଗଲା ମୁନୀ ଗଭୀର ନିଦେ 

ଆଉଁସି ଦେଲେ ମାଆ ତା ମୁଣ୍ଡକୁ ନିଜେ 

ବଡହେଲେ ତୁହି ଜାଣିବୁ ସବୁ 

ସେତେବେଳେ ମତେ କି ଖୁଆଇ ଦବୁ.


Rate this content
Log in