STORYMIRROR

Sunanda Mohanty

Others

2  

Sunanda Mohanty

Others

ମୁନା ଆମ ସୁନା

ମୁନା ଆମ ସୁନା

1 min
2.7K

ସାଙ୍ଗସାଥି ନାହିଁ 

ମନ ଭଲ ନାହିଁ 

ମୁନା ର ଆଖିରେ ଲୁହ 

ବ୍ୟାଟ ବଲ ପଡେ ଏଠି ସେଠି 

ମନରେ ଉଠଇ କୋହ 

ସ୍କୁଲ ରୁ ଶିକ୍ଷକ ବହି ଦେଇଗଲେ 

ବାପା କୁହନ୍ତି ପାଠ ପଢ

ହେବ ଜୟ, ନଥିବ କରୋନା ଭୟ 

କରୋନା ରାକ୍ଷାସ, ତାର ଇତିହାସ 

ଜାଣିଛ ଯଦି କେ କୁହ 

ବୁଢୀମା ଆଖିରେ ଲୁହ 

ଦାଦା ରହିଛନ୍ତି ସୁଦୂର ସାହରେ 

ବୁଢୀମା କାନ୍ଦୁଛି,ଆଖିରେ ଆଖିଏ ଲୁହ 

ବୋଉ କୁହେ ଧନରେ,ଏଇ ପରା ମାୟାମୋହ 

ମଣିଷ ପରି ମଣିଷ ହୋଇଲେ 

ନଥିବ ଡର ଭୟ 

ଜୀବଜନ୍ତୁ, ଯଦି ମାରିକି ଖାଇବା 

ତାଦେହୁ ଆସିବ ରୋଗ 

ଦୟା କ୍ଷମା ଗୁଣ ଆଚରିଲେ 

ପରିବେଶ ସଫା ସୁତୁରା କଲେ 

ମଣିଷ ର ନିଶ୍ଚୟ ହେବ ଜୟ 

ଗଛ ଆମ ସାଥି 

ପରିବେଶ ଓ ପ୍ରକୃତି 

ଜୀବଜନ୍ତୁ ପ୍ରୀତି 

ଥିଲେରେ ଧନ, ନିରୋଗୀ ଜୀବନ 

ବଞ୍ଚିଯିବା କହି ବୋଉ ଢାଳୁଥାଏ ଲୁହ 

କାନ୍ଦନା ବୋଉ ରଖିବି ତୋ କଥା 

ନଥିବ, କୌଣସି ଭୟ 

ବୋଉ କହେ ଧନ,ଏବେତ ହାତ କୁ ଧୁଅ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍