STORYMIRROR

pranati Mahapatra

Others

3  

pranati Mahapatra

Others

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
353


ଓଡିଆଟେ ହୋଇ ଜନମ ନେଇ ତ

ଗର୍ବ କରେ ଗର୍ବ କରେ ମୁହିଁ,

ଓଡ଼ିଆ ଟେ ହୋଇ ରହିବାକୁ ମୋର 

ଲାଜନାହିଁ ଜମା ଲାଜ ନାହିଁ,

ଇଂରାଜୀ କହି ଇଂରେଜ ଚାମଚା

ହେବାକୁ ତ ମୋର ଇଚ୍ଛା ନାହିଁ,

ନ ପାଏ ସମ୍ମାନ ବିଦେଶୀଙ୍କ ଠାରୁ

ମନରେ ତ ଜମା କ୍ଷୋଭ ନାହିଁ।

ଓଡ଼ିଆ ଟେ ....

କରିବି ପ୍ରୟାସ ନିଜ ସଂସ୍କୃତି

ପରମ୍ପରା ଅକ୍ଷୁର୍ଣ୍ଣ ପାଇଁ,

ଭାରତ ମାତା ଓ ନାରୀ ସମାଜକୁ

ଶପଥ ମୋ ସୁରକ୍ଷା ପାଇଁ,

ଗଣତନ୍ତ୍ର ର ସମ୍ବିଧାନ ମାନି

ଚଳିବି ନାଗରିକ ଟେ ହୋଇ।

ଓଡିଆଟେ ହୋଇ ...

ଭାରତର ପାଣି ପବନରେ ଗଢା

ମୋହର ଏ ଶରୀର ଭାଇ,

ଉଚ୍ଚଶିକ୍ଷା ପାଇ ଅନ୍ୟ ଦେଶେ ଯାଇ

ରହିବିନି ଗୋଲାମଟେ ହୋଇ,

ମୋ ମାଟିରେ ମୁଣ୍ଡ ଝାଳ ତୁଣ୍ଡେ ମାରି

ଯଶ କିର୍ତ୍ତୀ ବାନା ଦେବି ଉଡେଇ।

ଓଡିଆଟେ...

ଏ ସାରା ଭାରତ ମୋର ପରିବାର

ତା ପାଇଁ ସମୟ ଦେବି ମୁହିଁ,

ଅର୍ଥରେ ଆସକ୍ତ ହୋଇଯାଇ କେବେ

ବେଇମାନୀ ଜମା ହେବି ନାହିଁ,

ଏଇ ମୋ ସୁନାର ଭାରତ ବର୍ଷ ତା

 ସରି ଧରାରେ କେହି ନାହିଁ।


ଓଡ଼ିଆଟେ ହୋଇ ରହିବାକୁ ମୋର

ଲାଜନାହିଁ ଜମା ଲାଜନାହିଁ ,

ଓଡିଆଟେ ହୋଇ ଜନମ ନେଇତ

ଗର୍ବ କରେ ଗର୍ବ କରେ ମୁହିଁ।



Rate this content
Log in