Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

5.0  

Writer Roja Panda

Others

ମୁଁ ଝାଡୁଦାର

ମୁଁ ଝାଡୁଦାର

1 min
6.7K




ମୁଁ ଝାଡୁଦାର ,

ଦୁନିଆଁ ରହିବ କିପରି ସଫା ସୁତର

ତାର ରଖିଥାଏ ମୁଁ ଖବର

ଲୋକମାନଙ୍କର ବାତାବରଣକୁ ପରିଷ୍କାର କରିବାକୁ ଯାଇ

ମୁଁ ନିଜେ ହୋଇଯାଏ ଅପରିଷ୍କାର ।

କାହାର ଅଇଁଠା ପତ୍ର ତ , ପୁଣି କାର ପାଦତଳର ଧୂଳି ଧୂସର ,

ସବୁକୁ ବିନା ଦ୍ଵିଧାରେ କରିଥାଏ ମୁଁ ପରିଷ୍କାର ।

ରାସ୍ତା କଡର ନାଳ ନର୍ଦମାର ଦୁର୍ଗନ୍ଧ ଭିତରେ

ହାତରେ ଝାଡ଼ୁମୁଠା ଧରି,

କର୍ତ୍ତବ୍ୟ ପଥରେ ହୁଏ ମୁଁ ଆଗଭର,

ସଞ୍ଜ ରୁ ସକାଳ

କାରଣ ମୁଁ ଗୋଟେ ଝାଡୁଦାର ।

ଜାଣିନି ଏହା ମୋର ସୌଭାଗ୍ୟ କି ଦୁର୍ଭାଗ୍ୟ

ଅବା କେଉଁ ଜନ୍ମର କର୍ମଫଳ

ଯାହା ବନାଇଦେଇଛି ମତେ ଏକ ଝାଡୁଦାର ।

ତଥାପି ଏ ଦୁନିଆଁ ମତେ କରେ ତିରସ୍କାର

କାରଣ ମୁଁ ପରା ଗୋଟେ ଝାଡୁଦାର ।

ଠିକଣା ମୋର ଅଳିଆର କୁଢ଼ , ମୁଁ ଗୋଟେ ଝାଡୁଦାର ।

ପିଲାଛୁଆଙ୍କ ଠିକଣା ମୋର ସମାଜରେ ପରିଗଣିତ ହୁଏ ଯେ ,

ବାପା ତାର ଗୋଟେ ଝାଡୁଦାର

ତାଙ୍କର କି ଅଧିକାର ବଡ଼ଲୋକ ଘର ପିଲାଙ୍କ ସାଥେ ମିଶି ଖେଳିବାକୁ ଖେଳ ।

ପାଇଖାନା ଠୁ ଆରମ୍ଭ କରି ପାର୍ଲ୍ୟାମେଣ୍ଟ ଯାଏ

ଡାକ୍ତରଖାନା ଠୁ ଆରମ୍ଭ କରି କଚେରୀ ଘର ଯାଏ

ସବୁଠି ଗୁରୁତ୍ୱପୂର୍ଣ ଭୂମିକା ମୋର ,

ମୋ ବିନା ସବୁକିଛି ରହିଯାଏ ଅପରିଷ୍କାର

ହଁ ମୁଁ ଗୋଟେ ଝାଡୁଦାର ।

ଏତେ ପରିଶ୍ରମ କରି ମଧ୍ୟ

ସ୍ୱଳ୍ପ ବେତନରେ ଚଳେ ମୋର ପରିବାର,

ତଥାପି ମନରେ ଦୁଃଖ ନାଇଁ ମୋର

ପରିଚୟ ଦେବାକୁ ଯେ, ''ମୁଁ ଗୋଟେ ଝାଡୁଦାର'' ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା

କଟକ-753010

E Mail-roja.saumya@gmail.com


Rate this content
Log in