STORYMIRROR

Writer Roja Panda

Others

3  

Writer Roja Panda

Others

ମୁଁ ଏମିତି

ମୁଁ ଏମିତି

1 min
116


ମୁଁ ଏମିତିକା ଫୁଲଟିଏ ବାସି କେବେ ହୁଏନାହିଁ

ମୁଁ ଏମିତିକା ରଙ୍ଗଟିଏ ଲାଗିଗଲେ ଛାଡେନାହିଁ

ମୁଁ ଶ୍ରାବଣେ ଫୁଲେଇ ହୁଏ

ମୁଁ ଫଗୁଣେ ଗେଲହେଇ ହୁଏ

ମୁଁ ଥରେ ମନକୁ ଛୁଇଁଲେ ମତେ ଭୁଲିହୁଏ ନାହିଁ ।


ମୁଁ ସାଥିଟିଏ ଏମିତିକା ଛଳନା ମୋପାଖେ ନାହିଁ,

ମୁଁ ଗୀତଟିଏ ଏମିତିକା ସବୁ ସୁରେ ହେବ ଗାଇ,

ମୁଁ କଥାରେ ହସେଇ ଦିଏ,

ସବୁ ଦୁଃଖକୁ ଭୁଲେଇ ଦିଏ,

ମୁଁ ଏମିତିକା ମୌସୁମୀ ମିଠା ପ୍ରେମରେ ଦିଏ ଭିଜେଇ ।


ମୁଁ ଏମିତି ଅଳସୀ ନଦୀ,କୁଳୁ କୁଳୁ ଯାଏ ବହୀ,

ସବୁ ରାଗ, ରୁଷା,ଅଭିମାନ କ୍ଷଣିକରେ ଦିଏ ଧୋଇ 

ମୁଁ ରାଗିଲେ କାହାର ନୁହେଁ

ହସିଲେ ମନକୁ ମୋହେ

ମୁଁ ଏମିତିକା ମନଟିଏ,ପର ଆପଣା ମୋ ପାଖେ ନାହିଁ ।


Rate this content
Log in