STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ମୁଖବହି ବନ୍ଧୁ

ମୁଖବହି ବନ୍ଧୁ

1 min
123

ମୁଖବହି ସାଥୀ ହୋଇଥାଏ ମୁହିଁ ନୂଆ ନୂଆ,

ମୋ ପଠା ଲେଖା ଦେଖି ପସନ୍ଦ ମିଳେ ବଢ଼ିଆ।


କେତେ ନୂଆ ସାଥୀ ଅନୁରୋଧ କରେ ଗ୍ରହଣ,

ଦେଶ ବିଦେଶକୁ ଅନୁରୋଧ କରେ ପ୍ରେରଣ।


ମନ ମୋ ନାଚଇ ସଂଖ୍ୟାଧିକ ବନ୍ଧୁ ପାଇ,

ଛାତି କୁଣ୍ଢେ ମୋଟ,ତଳେ ଗୋଡ ନ ଲାଗଇ।


ଶ୍ରେଷ୍ଠ ସାଥୀଟିଏ ମୁଖବହି ହେଲା ମୋର,

ବନ୍ଧୁ,ପରିଜନ,ପଡୋଶୀଠାରୁ ବି ବନିଲା ନିଜର।


ଯେଉଁଦିନ ମୁହିଁ ହେଲି ଚିକିତ୍ସିତ ହୋଇ ଗୁରୁତର,

ସେଦିନ ତୁଟିଲା ମୁଖବହି ବନ୍ଧୁ ଭ୍ରମ ମୋହର।


ରୋଗ ଶଯ୍ୟା ଫଟୋ ଛାଡିଥିଲା ପୁଅ ମୋହର,

ପ୍ରାର୍ଥନା,ଓହୋ ଶବ୍ଦରେ ମୁଖବହି ହେଲା ଭରପୂର।


ପ୍ରତ୍ୟକ୍ଷ ଭାବେ ଦେଖିଲିନି କେହି ଆସିବାର,

ମୃତ୍ୟୁରେ ବୋଧେ ବାର୍ତ୍ତାରେ ହେବ ଅନ୍ତିମ ସଂସ୍କାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍