STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ମୁଖଭାସ

ମୁଖଭାସ

1 min
11.8K

କିଛି ମଧୁରିଆ ସ୍ନେହ

କିଛି ରଙ୍ଗୀନ ସ୍ୱପ୍ନର ମୋହ

ପରିସ୍ଥିତିର ଅଜୀର୍ଣ୍ଣ ହାକୁଟିରେ

ଆବଶ୍ୟକ ବିବେକର ଜଡ଼ିବୁଟିର ଲେହ୍ୟ।


ପାଟିକୁ ଅରୁଚିକର

କିଛି ପିତା, କଷା, ରାଗ ସଞ୍ଜିବନୀ

ଅସଂଖ୍ୟ ସ୍ୱାଦରେ ଭରା

କେବେ ରାଗମୟ ଅବା କେବେ

ବେସୁରା ରାଗିଣୀ। 


ଜୀବନ ଏମିତି କିଛି ଅନବନା ଉପାଦନର

ସଂଗୃହୀତ ମୁଖଭାସ ପରି

ଅନେକ ରକମର ସ୍ୱାଦରେ

ରସନାର ଆଶା ଯାଏ ପୁରି

କିଛି ରସ ଉଦରସ୍ଥ ହୋଇ ଜୀଵନ ସଞ୍ଚାରେ

ପଡ଼ିଗଲେ ଅଭ୍ୟାସେ ତା

ଜୀବନ ନିଶାରେ ଯାଏ ଜୀବନଟା ପୁରି।



Rate this content
Log in