STORYMIRROR

Pratima Das

Others

2  

Pratima Das

Others

**ମୁଖାମୁହଁ **

**ମୁଖାମୁହଁ **

1 min
2.9K


***ମୁଖାମୁହଁ ***

ପ୍ରତିମା ଦାସ।


ଖରା ନ ପାଇ ଗଛ ଡେଙ୍ଗା ହେଲାପରି

ଟେକ୍ନୋଲୋଜି ବହୁତ ଉନ୍ନତ ହୋଇ ଆଗେଇ ଗଲାଣି,

ସାରଖାଇ ପନିପରିବା ନିଜ ସାଇଜକୁ ବଡ କରି ଦେଲେଣି

ସବୁଜ ପନିପରିବା ଇଂଜକ୍ସେନ ନେଇ ନିଜ ରଂଗକୁ ଅପ୍ରାକୃତିକ ଢଂଗରେ ସଜାଇସାରିଲାଣି।

ଦେଶୀ ଧାନ ଆଉ ହେଉନି, ହାଇବ୍ରିଡ ଧାନ ଯାହାକୁ ଯେତେ

ବଳିଲାଣି।।

(ଚାଷୀ କୁ ଦୋଷ ନ ଦେଇ ସିଷ୍ଟମ କଥା ଭାବୁଛି,

ବିଷ ହେଉ ଅମୃତ ହେଉ ଖାଦ୍ୟ ଦେଇ ଆମ ଜୀବନ ଦୀପ ଜାଳୁଛି,ସରକାରୀ ନୀତି ସହ ଲଢୁଛି)

ଟଂକିକିଆ ଚାଉଳ ଘରେ ଘରେ, ଧନୀ ବିପିଏଲ ବାଲାଠୁ ଚାଉଳ କିଣି ଖାଁଇଲାଣି।

ଧାନ ଉଁସାରୁ ଘରଣୀଏ ମୁକ୍ତି ପାଇ

ଫେସବୁକ ,ହ୍ବାଟସ- ଅପ ଘାଣ୍ଟି ଲେଣି।

ଲକ୍ଷ୍ମୀ ମା ଅନ୍ନଦାତ୍ରୀ 🌺🙏🌺ଆଚମ୍ବିତ ହୋଇ ପ୍ରମାଦ ଗଣିଲେଣି

କଣ ମୋ ଦିନକାଳ ସରିଲାଣି?????

ରଂଗ ମଂଚରେ ଆଉ ପରଦା ଦରକାର ହେଉନି

କଳାକାର ବି ବେକାର ହୋଇ ଛୁଟି ନେବାକଥା ଭାବିଲେଣି

ଜେଜେମା କଣ ମା 'ମଧ୍ୟ ବିଶ୍ୱାସ କରୁନି

ପିଲାଙ୍କୁ କହୁଛି ତୁମେ ମିଛ କହୁଛ

ଅଵତାର ଚଳଚିତ୍ର ପରି ଛବି ଦେଖି ହଇରାଣ ବୋଧ କଲେଣି,

ଡିଜିଟାଲ ଗ୍ରାଫିକ୍ ଯୁଗରେ ମିଛଟା ପୁରାସତ ଲାଗିଲାଣି

ରଂଗ ମାଖିବା ବା ମୁଖା ପିନ୍ଧିବା ଆଉ ଦରକାର ହେବନି

ମୁଖାମୁହଁ ମାଳମାଳ ହୋଇ ବୁଲିଲେଣି

ମୁହଁ ସହିତ ମୁଖା ଏପରି ଏକାକାର ହୋଇ ରହିଲାଣି (ଯେ)

ଚିନ୍ହିବା ବା ମୁହଁରୁ ମୁଖାକୁ ଅଲଗା କରିବା ଆତ୍ମାକୁ ମସ୍ତିଷ୍କ କୁ ଭାରୀ 🤕🤕 ପଡିଲାଣି।।

ଚିନ୍ତାମଣି ବି ଚିନ୍ତାରେ ରହିଲେଣି,

ମୁହଁ ସହିତ ମୁଖା ଏପରି ଏକାକାର ହୋଇ ରହିଲାଣି।।

ଚିନ୍ହିବା ବା ମୁହଁରୁ ମୁଖାକୁ ଅଲଗା କରିବା ଆତ୍ମାକୁ ଭାରୀ ପଡିଲାଣି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍