ମତଦାନ
ମତଦାନ
1 min
135
ଗଣତନ୍ତ୍ର ଭାରତର
ମୁହିଁ ନାଗରିକ
ମତଦାନ କରିଅଛି
ସାଜି ବିଚାରକ ।
ବୃହତ୍ତମ ସମ୍ବିଧାନେ
ଲିପିବଦ୍ଧ ନୀତି
ପାଞ୍ଚବର୍ଷେ ମନ୍ତ୍ରୀଙ୍କର
କାର୍ଯ୍ୟକାଳ ଇତି ।
ବହୁଦଳ ଆଶାବାଦୀ
ଗଢି ସରକାର
କରିନେବେ ଅକ୍ତିଆର
ଶାସନର ଭାର ।
ନେତାମାନେ ବଖାଣନ୍ତି
ନିଜ ଚିନ୍ତାଧାରା
ସେବାଧର୍ମ ଆଦରିବେ
ଜନତାଙ୍କ ଦ୍ଵାରା ।
ସଚେତନ ଅଛି ସଦା
ଅଧିକାର ପାଇଁ
କର୍ତ୍ତବ୍ୟରେ ଅବହେଳା
କରିନାହିଁ ମୁହିଁ ।
ଲୋକଙ୍କର ସେବା ପାଇଁ
ଯିଏ ଆଗଭର
ଭରସାରେ ଦେଇଅଛି
ମତଦାନ ମୋର ।
ସଚେତନ ହୋଇ ସର୍ବେ
ବାଛି ସୁଶାସକ
ଦେଶଜାତି ପ୍ରଗତିରେ
ହୁଅ ସହାୟକ ।
