STORYMIRROR

puspalata samantary

Others

3  

puspalata samantary

Others

"ମସ୍ତିଷ୍କ ର ସୁସ୍ଥତା"

"ମସ୍ତିଷ୍କ ର ସୁସ୍ଥତା"

1 min
377

ପୂଣ୍ୟଟାକୁ ପରା କିଣିବା ପାଇଁ କି

ଦଉଲତ ଲୋଡ଼ା ନାହିଁ,

ତାହାର ଠିକଣା ମିଳିବ ତୁମକୁ

ମଣିଷ ପଣିଆ ଠେଇ।

ପାପ ପୁଣ୍ୟ ଦୁହେଁ ଦୁଇ ପ୍ରତିଦ୍ୱନ୍ଦୀ

ମନ ଓ ମସ୍ତିଷ୍କ ପାଇଁ,

ଏକର ଉପାଦେୟତା ର୍ରକ୍ଷା ପାଇଁ

ଆନ ହୋଇଥାଏ ଦାୟୀ।

ଏକ ଖୁସି ଦିଏ ଆନ ଖୁସି ନିଏ

କାହାର ପାଉଣା ବେଶୀ,

ମନ ମସ୍ତିଷ୍କର ଉର୍ବରତା ପାଇଁ

ଆବଶ୍ୟକ ହୁଏ ଖୁସି।

ଅନନ୍ୟ ଅଟଇ ମସ୍ତିଷ୍କ ର ଶକ୍ତି

ସାରା ଶରୀର ରକ୍ଷକ,

ସେ ଅସୁସ୍ଥ ହେଲେ ଦୋହଲାଇ ଦେବ

ମଣିଷ ବୁଦ୍ଧି ବିବେକ।

ପରିବାର ସୁସ୍ଥ ପରିବେଶ ସ୍ୱଚ୍ଛ

ଲୋଡା ସମାଜ ପାଇଁ କି,

ସୁଦୂର ପ୍ରସାରୀ ଶ୍ରେଷ୍ଠ ମହତର

ଶ୍ରେୟ ମିଳିବା ପାଇଁ କି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍