ମର୍ଯ୍ୟାଦାର ମାନଦଣ୍ଡ
ମର୍ଯ୍ୟାଦାର ମାନଦଣ୍ଡ
1 min
361
ବିନ୍ଧାଣି ବିଧାନେ ନାରୀ ଶକ୍ତି ହସ୍ତେ
ମାନଦଣ୍ଡ ମର୍ଯ୍ୟାଦାର,
ଧରାଇଛି ସେହୁ ବିକଳ୍ପ ପାଇନି
ନାହିଁ ତାର ପଟାନ୍ତର।
ସେ ଶ୍ରେଷ୍ଠ ମହତ୍ତ୍ୱ ଅବା ଭୂଲୁଣ୍ଠିତ
ହେବ କି ଅଜାଣତରେ,
ସଂସାରର ଶ୍ରେଷ୍ଠ ଶକ୍ତି ନାରୀ ତାହା
ରଖିବକି ଆୟତ୍ତ ରେ।
ଯଠରରୁ ଜୁଇ ପରିଯନ୍ତେ କେତେ
ଯାତନା ଯନ୍ତ୍ରଣା ଭୋଗି,
ଜନନୀ ଭଗିନୀ ଜାୟା ପୁଣି କନ୍ୟା
ରୂପେ ସର୍ବଦା ସେ ତ୍ୟାଗୀ।
