ମୃତ୍ୟୁ
ମୃତ୍ୟୁ
1 min
760
ସତେ ଯେମିତି
ଧିବରଟିଏ
ଜାଲ ଧରି ବସିଛି
ପାଣିସ୍ରୋତର
ନିମ୍ନ ଭାଗରେ
ମୀନ କି ବର୍ତ୍ତି ଯିବ
ଧିବର କବଳରୁ ।
ଜୀବନ ରାସ୍ତାର
ଶେଷ ମୁଣ୍ଡରେ
କେହିଜଣେ ଅପେକ୍ଷା କରିଥାଏ
ଅନିଚ୍ଛା ସତ୍ୱେ ବି
ସମସ୍ତେ ଚାଲିଯାନ୍ତି
ସେହି ଶେଷ ମୁଣ୍ଡକୁ ।
