Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Panda

Others

3  

Santosh Kumar Panda

Others

ମୃତ୍ୟୁ

ମୃତ୍ୟୁ

1 min
235



ମୃତ୍ୟୁ ନୁହେଁ ଆଶୀର୍ବାଦ ଅବା ଅଭିଶାପ,

ପ୍ରକୃତିର ଏହା ଏକ ସତ୍ୟର ବିଳାପ।


ମୃତ୍ୟୁ ଏବେ ସତ୍ୟ ହୋଇ ମିଥ୍ୟା ଆଢୁଆଳେ,

ଅତିମାନସ ଶକ୍ତି ଆସିଛି ଏ ମହୀମଣ୍ଡଳେ।


ମୃତ୍ୟୁ ଉପରେ ବିଜୟ ସମ୍ଭବ ତ ଏହା,

ସାବିତ୍ରୀ ଯାହା କରିଛନ୍ତି ଜାଣିଛି ଦୁନିଆ।


ଅତିମାନସରେ ହେବ ସବୁ ରୂପାନ୍ତର,

ଅନ୍ୟ ଯୋଗ ଏ ଯୋଗରେ ଏତିକି ଅନ୍ତର।


ସମୟ ଆସିଛି ଏବେ ଧଇର୍ଯ୍ୟ ତୁମେ ରଖ,

ପୂର୍ଣ୍ଣ ଶକ୍ତି କ୍ଷମ ପାଇଁ ଦେହ ଛାଡିବେ ଅନେକ।


ଜରା,ରୋଗ, ମୃତ୍ୟୁ ସବୁ ଲୀଳା ପ୍ରକୃତିର,

ତାର ଅନୁରୂପ ନିଜକୁ ଗଢି ତୁମେ ତୋଳ।


ଶ୍ରୀଅରବିନ୍ଦଙ୍କ ସାଧନା ନ ହେବ ବିଫଳ,

ପୂର୍ଣ୍ଣ ଯୋଗରେ ହେବ ଏ କାର୍ଯ୍ୟ ସଫଳ।


ସାଧନାରୁ କେବେ ତୁମେ ହୁଅନି ବିରତ,

ମନ,ଆତ୍ମା, ଦେହ ରୂପାନ୍ତର ଦେଖିବ ଜଗତ।


ମୃତ୍ୟୁ ଆଉ ଆସିବନି ମହାବଳ ହୋଇ,

ସାଧନାରେ ବ୍ରତୀ ଥିଲେ ଦେବନି ଡରାଇ।

 


Rate this content
Log in