STORYMIRROR

Prasant Kumar Nath

Others

4  

Prasant Kumar Nath

Others

ମରଣ

ମରଣ

1 min
326

ମରଣଟା ଯଦି ହାତ ଠାରି ଡାକେ

କିଏସେ ପାରିବ ରୋକି

କେତେବେଳେ ଆସି ନେଇ ଚାଲିଯିବ

ପାରିବେନି କେହି ଦେଖି ।

ଗୋପନରେ ଆସି ନେଇଯିବ ସାଥେ

କେହି ପାରିବେନି ଜାଣି

ଟଙ୍କା ପଇସାରେ କେହି କେବେ ପୁଣି

ପାରିବେନି ତାକୁ କିଣି ।

ପାରିବନି ବାନ୍ଧି କେଉଁ ଡୋରୀ ତାକୁ

କେବେ ନିଜ ଅକ୍ତିଆରେ

ଏପାରିରୁ ନେଇ ଛାଡି ଦେବ ସିଏ

ଜୀବନର ଆର ପାରେ ।

ବନ୍ଧୁ ପରିଜନ ଆତ୍ମୀୟ ସ୍ଵଜନ

ଝୁରିବେ କିଛିଟା ଦିନ

ଧୀରେ ଧୀରେ ପୁଣି ଭୁଲିଯିବେ ସବୁ

ବୁଝେଇ ନିଜର ମନ ।

କାହାରି ଇଛାରେ ରହିଯିବ ନାହିଁ

କରିଲେ ଯେତେ ବାରଣ

ବୁଝେଇ କାହାକୁ କହିବନି ସିଏ

ନେଇ ଯିବାର କାରଣ ।

     


Rate this content
Log in