STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ମୋ ତୁଳସୀ ମାଳ

ମୋ ତୁଳସୀ ମାଳ

1 min
288

ସାରା ରାତି ଅନିଦ୍ରା ରହି ରହି

ମୁଁ ଅବାକ ଆକାଶ କଥା ଭାବେନି

ମେଘ ଆଉ ବାଦଲ କଥା ଭାବେନି

ପରୀ ରାଇଜର ସ୍ଵପ୍ନ ମଧ୍ୟ କେବେ ଦେଖେନା

ତୁମ ବିଷୟରେ ଭାବିଲେ

ମୋ ଆଖିରୁ ନିଦ ହଜିଯାଏ

ଯେବେଠୁ ଜଗା କାଳିଆ

ତୁମ ଆଖିରେ ମୋ ଆଖି ମିଶିଛି

ସେବେଠୁ ମୋ ଆଖିରେ ନିଦ ହଜିଛି ।

ବାରବ୍ରତ ତେର ପର୍ବ ତୁମର

ତିମେ ପିଠା ପଣା

ନା ନା ପ୍ରକାର ଭଳିକି ଭଳିକି

ଖାଇବା ଖାଇ ତୁମେ ବଡ଼ ଆରାମରେ ଅଛ

ହେଲେ ତୁମକୁ ଦେଖିଲା ପରେ

ମୁଁ ମୋର ଖୁଧା ଶୋଷ ସବୁ ଭୁଲିଛି

ମୋ ପରିକା ଭକ୍ତ ତୁମ ପାଖରେ ମାଳ ମାଳ

ତୁମ ପରି ପ୍ରଭୁ ଆଉ କେ ନାହିଁ

ତୁମେ ମତେ ନିଜର କର କି ନ କର

ମୁଁ ତୁମ ତୁଳସୀ ମାଳ

ନିତି ପିନ୍ଧୁଥିବି ଗଳା ରେ

ତୁମେ କେବେ କରିବ ମୋ ଭେଳା

ମୋ ପ୍ରାଣ ଯିବା ଆଗରୁ ନା ପରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍