STORYMIRROR

NIBEDITA MOHAPATRA

Others

3  

NIBEDITA MOHAPATRA

Others

ମୋ ସାଥି

ମୋ ସାଥି

1 min
171




ଜୀବନର ଚଲା ପଥେ ଚାଲୁଥିଲି ଏକା ଏକା


ଅଜଣା ବାଟରେ ହେଲା ତୁମ ସାଥେ ଦେଖା। (୧)


ନିରବ ନିସ୍ତବ୍ଧ ଭରା ଥିଲା ଦୁନିଆଁଟି ମାେ'ର


ତୁମେ ସେଠି ଭରିଦେଲ ଖୁସିର ଜୁଆର। (୨)


କେତେ ଥଟ୍ଟାମଜା ପୁଣି କେତେ ରାଗ ରୁଷା


ମାନ,ଅଭିମାନ,ପ୍ରେମ ସଂପର୍କର ଭାଷା। (୩)


ଶୁଣିବାକୁ ତୁମ କଥା ଲାଗେ ଭାରି ଭଲ


ସରଳ ନିଷ୍ପାପ ସେତ ମୋ ପାଇଁ ଅମୂଲ। (୪)


ନ କହିବି ବୁଝି ପାର ମୋ ମନର ବ୍ୟଥା


କହି ଦେଲେ ଦୂର ହୋଇଯାଏ ସବୁ ଚିନ୍ତା। (୫)


ମୋ ଦୁନିଆଁ ଫିକା ଫିକା ଥିଲା ରଙ୍ଗହୀନ


ତୁମେ ଆସି ଭରି ଦେଲ ରଙ୍ଗର ଫଗୁଣ। (୬)


ପିତା,ମାତା,ଭାଇ,ବନ୍ଧୁ,ଆତ୍ମୀୟ ସଦୋର


ସେ ସଂପର୍କ ମଧ୍ଯେ ଶ୍ରେଷ୍ଠ ବନ୍ଧୁତା ତୁମର।(୭)


ଦୂରେ ଥାଇ ବି କରିଛ କେତେ ଉପକାର


ପାରିବିନି କେବେ ଶୁଝି ସେ ଋଣ ତୁମର। (୮)


ବନ୍ଧୁତା ଅମୂଲ୍ୟ ସଂସାରେ ନାହିଁ ଉପମା


କିଏ ପାରିବ ବଖାଣି ତାର ଗୁଣ ସୀମା। (୯)


ତୁମପରି ବନ୍ଧୁ ପାଇ ମୋ ଜୀବନ ଧନ୍ୟ


କଥା ଦେଉଛି ତୁମକୁ ରଖିବି ତା ମାନ। (୧୦)



ନିବେଦିତା ମହାପାତ୍ର


ମୁକୁନ୍ଦ ମିଶ୍ର ନଗର,ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍