STORYMIRROR

Hrusikesh Mishra

Others

3  

Hrusikesh Mishra

Others

ମୋ ପ୍ରିୟା ସଜେଇ ହେଉଛି

ମୋ ପ୍ରିୟା ସଜେଇ ହେଉଛି

1 min
14.3K


ଚନ୍ଦ୍ରମାରୁ ଦେଖ ସୌନ୍ଦର୍ଯ୍ୟ ହଜିଛି

ଅବେଳେ ଗ୍ରହଣ ଗ୍ରାସିଛି,

ହେଲେ ସେ ସୌନ୍ଦର୍ଯ୍ୟ ତା ଠାରୁ ଛଡେଇ

ମୋ ପ୍ରିୟା ସଜେଇ ହେଉଛି।

ପଦ୍ମ ପାଖୁଡ଼ାର ଗୋଲାପୀ ରଙ୍ଗଯେ

ଆଜି ଫିକା ଫିକା ଲାଗୁଛି,

ଲୁଚି ଲୁଚି ସତେ ଚୋରେଇ ନେଇ ଯେ

ମୋ ପ୍ରିୟା ସଜେଇ ହେଉଛି।

ଉଦିତ ରବିର ରକ୍ତାଭ କିରଣ

କନକ କାନ୍ତିକୁ ହାରିଛି,

ଲାଲ ଟହ ଟହ ଟିକିଲିଟେ ପିନ୍ଧି

ମୋ ପ୍ରିୟା ସଜେଇ ହେଉଛି।

ସେଫାଳି ଯେ ତାର ଶୁଭ୍ରତା ହରାଇ

ମଳିନ କି ପଡି ଯାଇଛି,

ସେ ଶୁଭ୍ର ବସନେ ମନ କିଣିବାକୁ

ମୋ ପ୍ରିୟା ସଜେଇ ହଉଛ

ଲାଜକୁଳୀ ଲତା ଲାଜ ଛାଡି ଆଜି

ଉନ୍ମୁକ୍ତ ପାଖୁଡା ମେଲିଛି,

ସେ ଲାଜକୁ ଆଜି ଅଳଙ୍କାର କରି

ମୋ ପ୍ରିୟା ସଜେଇ ହେଉଛି

ମୋ ପ୍ରିୟା ସଜେଇ ହେଉଛି।

ମିଶ୍ର ହୃଷିକେଶ

ଖଲ୍ଲିକୋଟ,ଗଂଜାମ

9556756756


Rate this content
Log in