STORYMIRROR

shibaram dalai

Others

3  

shibaram dalai

Others

ମୋ ପିଲାଦିନ

ମୋ ପିଲାଦିନ

1 min
313

ଫେରିଆ ମୋ ପିଲାଦିନ

ଫେରିଆ ମୋ ସାଙ୍ଗ ସାଥି

ସ୍କୁଲ ଆଉ ଧୂଳି ଖେଳ

ମନେ ପଡେ ନିନିତିନିତି ।


ମନେ ପଡେ ଜାନିଜାତ

ମନ୍ଦିରର ନାଲି ନେତ

ଉଡୁଥାଏ ଫର ଫର

ଦିଶୁଥାଏ କି ସୁନ୍ଦର ।


ଭିନ୍ନ ଭିନ୍ନ ପିଠା ପଣା

ପେଟ ମୋ ନ ଥିଲା ଉଣା

ମାଆ ର ପଣତ

ସତେକି ଶ୍ରୀ ମନ୍ଦିର ନେତ ।


ମନେ ପଡେ ବର ଓହଳ

ଦୋଳିଖେଳ  ଆମ୍ବ ତୋଟା

ମାଛ ଧରା  ନଦୀ ପଂହରା

ସାରୁ ପତରେ କଙ୍କି ଧରା ଖେଳ ।


ମନେ ପଡେ ମିଛ ମିଛିକା ବାହାଘର

ଗୁରୁଜୀ ଙ୍କ ଛାଟ ପ୍ରହାର

ଧୂଳିମାଟି ସଢ଼େଇର   ଡାଲି ଭାତ ଖେଳ 

ନାହିଁ ସେହି ଜାମୁ କୋଳି

ନାହିଁ ସେ ଦାଣ୍ଡ ଧୂଳି

ନାହିଁ ସେ ଡିମ୍ବିର ଫଳ

ନଡ଼ିଆ ପିଞ୍ଚର ରଥ ଟଣା ଖେଳ ।


ବେଳ ଗଡ଼ିଲାଣି  ସୂର୍ଯ୍ୟ ନଇଁଲେଣି

ଜୀଵନ ଦୀପରୁ  ଅର୍ଘ୍ୟ ସାରିଲାଣି

ହାତ ଠାରିଲାଣି  ମୋ ଗାଁ ମଶାଣି

ମନେ ପଡେ ଆଜି ପିଲାଦିନ କଥା

ମନେପଡେ ସେହି ସାଙ୍ଗ ସାଥି ଗାଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍